ପୁରୀ: ଆନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଉ ଏକ ନିଆରା ରେକର୍ଡ । ବାଲୁକା ଚିତ୍ର କଳାରେ ସବୁଠୁ ବଡ ହକି ଷ୍ଟିକ ନିର୍ମାଣକୁ କରି ୱାର୍ଲ୍ଡ ରେକର୍ଡ ଇଣ୍ଡିଆର ଅଧିକାରୀ ହୋଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କୁ ଏହି ୱାର୍ଲ୍ଡ ରେକର୍ଡ ଇଣ୍ଡିଆ ପକ୍ଷରୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
ହକି ବିଶ୍ୱକପ ଉଦଘାଟନ ଅବସରରେ କଟକ ମହାନଦୀ କୂଳରେ ସେ ଏହି ବିଶାଳ ହକି ଷ୍ଟିକ ବାଲୁକା ଚିତ୍ରକଳା ନିର୍ମାଣ କରିଥିଲେ। ଏହି ବିଶାଳ ହକି ଷ୍ଟିକ ବାଲୁକା ଚିତ୍ରକଳା ଟି 105 ଫୁଟ ଲମ୍ବା ଥିବା ବେଳେ ଏଥିରେ 5 ହଜାର ହକି ବଲକୁ ଲଗାଯାଇଥିଲା। ଗତ 10 ତାରିଖ ରେ ଏହି ବାଲୁକା ଚିତ୍ର କଳାଟିକୁ ନିର୍ମାଣ କରାଯାଇଥିଲା।