ଓଡିଶା

odisha

ETV Bharat / state

ପିଡିଏସ ଚାଉଳ ବଣ୍ଟନକୁ ନେଇ ବିଡିଓଙ୍କୁ ଘେରିଲେ ମହିଳା - ପୁରୀ ପିଡିଏସ ଚାଉଳ ବଣ୍ଟନ ମାମଲା

ବେଆଇନ ଭାବେ ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିଡ଼ିଓଙ୍କୁ ଘେରିଲେ ମହିଳା । ପୋଲିସ ପହଞ୍ଚି ବିଡିଓଙ୍କୁ ଦେଲା ସୁରକ୍ଷା । ଅଧିକ ପଢନ୍ତୁ....

ପିଡିଏସ ଚାଉଳ ବଣ୍ଟନକୁ ନେଇ ବିଡିଓଙ୍କୁ ଘେରିଲେ ମହିଳା
ପିଡିଏସ ଚାଉଳ ବଣ୍ଟନକୁ ନେଇ ବିଡିଓଙ୍କୁ ଘେରିଲେ ମହିଳା

By

Published : Apr 22, 2021, 10:45 PM IST

ପୁରୀ: ବେଆଇନ ଭାବେ ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିଡ଼ିଓଙ୍କୁ ଘେରିଲେ ମହିଳା । ପିପିଲି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ମହିଳାମାନେ ଆଜି(ଗୁରୁବାର) ବିଡ଼ିଓ ରଶ୍ମିତା ନାଥ ଷଡ଼ଙ୍ଗୀଙ୍କ ନିକଟରେ ଅସନ୍ତୋଷ ଜାହିର କରିଛନ୍ତି ।

ପିଡିଏସ ଚାଉଳ ବଣ୍ଟନକୁ ନେଇ ବିଡିଓଙ୍କୁ ଘେରିଲେ ମହିଳା

ପଞ୍ଚାୟତରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ଦାୟିତ୍ୱ ପଞ୍ଚାୟତ ଠାରୁ ନେଇ ମହାବୀର ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବା ପରେ ଦୀର୍ଘ ଏକ ସପ୍ତାହ ଧରି ପଞ୍ଚାୟତରେ ବିରୋଧ କରି ଆସୁଥିଲେ ମହିଳାମାନେ । ପ୍ରଥମେ ପିପିଲି ବ୍ଳକ କାର୍ଯ୍ୟାଳୟରେ ଏବିଡିଓଙ୍କୁ ସମାଧାନ ପାଇଁ ଦାବି କରି ଥିବାବେଳେ ଦୁଇଦିନ ତଳେ ପିଡିଏସ ସାମଗ୍ରୀ ଟ୍ରକକୁ ଅଟକାଇ ପ୍ରତିବାଦ କରିଥିଲେ । ଆଜି ପୁଣିଥରେ ବିଡିଓଙ୍କୁ ଘେରି ନିର୍ବାଚନ ସମୟରେ ଆଚରଣ ବିଧି ଉଲଙ୍ଘନ କରି କଣ ପାଇଁ ପିଡିଏସ ବଣ୍ଟନ ଦାୟିତ୍ୱ ମନମୁଖୀ ଭାବରେ ମହାବୀର ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ସେନେଇ ଅଭିଯୋଗ କରିଛନ୍ତି ।

ଏଥିପାଇଁ ପିପିଲି ବିଡ଼ିଓ ରଶ୍ମିତା ନାଥ ଷଡ଼ଙ୍ଗୀଙ୍କୁ ମହିଳାମାନେ ଅଟକ ରଖିଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ଥିବାବେଳେ ପୋଲିସ ପହଞ୍ଚି ବିଡିଓଙ୍କୁ ସୁରକ୍ଷା ଦେଇଛି । ଅନ୍ୟଟେ ମନମୁଖୀ ଭାବରେ ପିଡିଏସ ସାମଗ୍ରୀ କଣ ପାଇଁ ମହାବୀର ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ବୋଲି ବିଡିଓଙ୍କୁ ପଚାରିବାରୁ ସେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରାଯାଇଛି । ତେବେ ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details