ପୁରୀ:ପଣସପଦା ଗାଁରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଓଲଟା ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ଗ୍ରାମବାସୀ ନ୍ୟାୟ ପାଇଁ ପୁରୀ SPଙ୍କ ଦ୍ବାରସ୍ତ ହୋଇଛନ୍ତି ।
ବ୍ରହ୍ମଗିରି ଥାନା ପଣସପଦା ଗାଁର ବୁଦ୍ଧଦେବ ପଲେଇ ଗତ ମାସ ୨୪ ତାରିଖରେ ବଡଦିଆଣ୍ଡି ଗାଁରୁ ଭଣଜାର ବାହାଘର ଭୋଜି ଖାଇ ଫେରୁଥିଲେ । ଏହି ସମୟରେ ପାଇକସାହି ଗାଁର ୧୦ରୁ ଅଧିକ ବ୍ୟକ୍ତି ବୁଦ୍ଧଦେବଙ୍କୁ ଖଣ୍ଡା ଓ ଲାଠିରେ ଆକ୍ରମଣ କରିଥିଲେ । ପତ୍ନୀ ପୁଷ୍ପାଞ୍ଜଳି ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଆକ୍ରମଣକାରୀ ।