ଓଡିଶା

odisha

ETV Bharat / state

ପୁରୀ ରେଳଷ୍ଟେସନରେ ଅଘଟଣ, ପ୍ଲାଟଫର୍ମରେ ପଡି ମହିଳାଙ୍କ ମୃତ୍ୟୁ

ପୁରୀ ରେଳଷ୍ଟେସନରେ ଅଭାବନୀୟ ଘଟଣା । ଅସମ୍ଭାଳ ଭିଡ଼ରେ ପ୍ଲାଟଫର୍ମରେ ପଡ଼ି ମହିଳାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

By

Published : Jan 9, 2023, 10:08 AM IST

Updated : Jan 9, 2023, 11:35 AM IST

puri railway station
ପୁରୀ ରେଳଷ୍ଟେସନ

ପୁରୀ ରେଳଷ୍ଟେସନରେ ଅଘଟଣ

ପୁରୀ: ରେଳଷ୍ଟେସନରେ ଅଘଟଣ, ଅସମ୍ଭାଳ ଭିଡ଼ରେ ପ୍ଲାଟଫର୍ମରେ ପଡି ମହିଳାଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରବିବାର ରାତିରେ ଅସମ୍ଭାଳ ଭିଡରେ ଠେଲା ପେଲାରେ ପୁରୀ ରେଳଷ୍ଟେସନର ୬ନଂ ପ୍ଳାଟଫର୍ମରେ ଖସିପଡିଲେ କୁନିମଣି । ତାଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନା ନିଆଗଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ପ୍ରଥମ ଥର ଦିଲ୍ଲୀ ବାହାରେ ବସିଲା AIIMS CIB ବୈଠକ, ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଗତ ରବିବାର କୁଳମଣି ସମ୍ବଲପୁରରେ ରହୁଥିବା ଝିଅଙ୍କ ପାଖକୁ ଯାଉଥିଲେ । ତାଙ୍କ ସହ ସମ୍ପର୍କୀୟ ମଧ୍ୟ ରହିଥିଲେ । 6ନଂ ପ୍ଲାଟଫର୍ମରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢିବାକୁ ଯାଉଥିଲେ । ଷ୍ଟେସନରେ ଅସମ୍ଭାଳ ଭିଡ଼ ଯୋଗୁଁ ସେ ପ୍ଲାଟଫର୍ମରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ପୁରୀ ମେଡ଼ିକାଲ ନିଆଗଲା । ଡାକ୍ତର ସେଠାରେ ମୃତ ଘୋଷଣା କଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଏକ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁରୀକୁ ହଜାର ହଜାର ଭକ୍ତ ପୁରୀ ଆସିଥିଲେ । ଯାହାକୁ ନେଇ ପୁରୀ ରେଳଷ୍ଟେସନରେ ଅତ୍ୟଧିକ ଭିଡ ଲାଗିରହିଥିଲା । ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଆଜି (ସୋମବାର) ମୃତଦେହ ବ୍ୟବଚ୍ଛେଦ କରାଯିବ । କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହେବ ବୋଲି ଜିଆରପି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Jan 9, 2023, 11:35 AM IST

ABOUT THE AUTHOR

...view details