ପୁରୀ:ଜାତୀୟ ସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ପୁରୀ ବୋହୂ ମଧୁସ୍ମିତା । ଆଇଫା କ୍ଲାସିକର ତିନୋଟି ବର୍ଗରେ ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପୁରୀର ମଧୁସ୍ମିତା ରଥ । ଜଣେ ଗୃହିଣୀ ସାଙ୍ଗକୁ ବଡିବିଲ୍ଡର ଭାବେ ସନ୍ତୁଳନ ରକ୍ଷା କରି ସଫଳ ହେବା ସହ ଯୁବପୀଢୀଙ୍କ ଉଦାହରଣ ସାଜିଛନ୍ତି ମଧୁସ୍ମିତା ।
ନିଜକୁ ଫିଟ୍ ରଖିବାକୁ ଉଦ୍ୟମ କରୁ କରୁ ବଡି ବିଲଡିଂରେ ସ୍ବତନ୍ତ୍ର ସମ୍ମାନ ହାସଲ କରିଛନ୍ତି ମଧୁସ୍ମିଥତା । କେବଳ ସେତିକି ନୁହେଁ ଶରୀରଚର୍ଯ୍ୟାରେ ଫିଟ୍ ରହିବା ପାଇଁ ଏକ ଜିମ୍ କରି ପ୍ରଶିକ୍ଷିକା ମଧ୍ୟ ସାଜିଛନ୍ତି । ତେବେ ଆଗାମୀ ଦିନରେ ବିଶ୍ଵସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୁରୀ ବାସିନ୍ଦା ମଧୁସ୍ମିତା ରଥ ବିବାହ ପରେ ମାତୃତ୍ଵ ଲାଭ ପରେ ଧିରେ ଧିରେ ମୋଟା ହୋଇ ଯାଇଥିଲେ । ଫଳରେ ସେ ନିଜକୁ ଅସହଜ ମନେ କରିଥିଲେ । ହେଲେ ବଡିବିଲ୍ଡର ସ୍ବାମୀଙ୍କ ପ୍ରେରଣା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ସ୍ବାମୀ ଓ ପରିବାର ଲୋକଙ୍କ ପ୍ରେରଣା ପାଇ ସେ ଜିମ ଯାଇଥିଲେ । ଏହା ପରେ ବଡି ବିଲ୍ଡିଂ ଆରମ୍ଭ କରିଥଲେ । ଆଉ କିଛିଦିନ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟର ପରିବର୍ତ୍ତନ ଘଟିବା ସହ ସୁନ୍ଦର ସୁସ୍ଥ ସ୍ବାସ୍ଥ୍ୟର ପାଇଥିଲେ । ସେହି ପରିଶ୍ରମ ତାଙ୍କୁ ବଡ଼ ସଫଳତା ଦେଇଛି ।