ଓଡିଶା

odisha

ETV Bharat / state

ଧାରା 370 ଉଚ୍ଛେଦକୁ ଶଙ୍କାରଚାର୍ଯ୍ୟଙ୍କ ସ୍ବାଗତ

ଦେଶବାସୀ ଏହି ନିଷ୍ପତ୍ତିକୁ ବହୂ ପୂର୍ବରୁ ଅପେକ୍ଷା କରିଥିଲେ । ଭଗବତଙ୍କ କୃପାରୁ ଆଜି ତାହା ପୂରଣ ହୋଇଛି । ସର୍ଦ୍ଦାର ପଟେଲ ହିନ୍ଦୁତ୍ବ ରାଷ୍ଟ୍ର ଓ ଅଖଣ୍ଡତା ପ୍ରତି ଭରଷା ରଖିଥିଲେ । ଯାହା ଆଜି ସଫଳ ହୋଇଛି । ସର୍ବୋତ୍କୃଷ୍ଟ ଭାରତ ଗଠନ ହୋଇ ବିଶ୍ବତନ୍ତ୍ରକୁ ବୈଦିକ ଜ୍ଞାନ କ୍ଷେତ୍ରରେ ଭାରତ ଆଗରେ ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।

By

Published : Aug 5, 2019, 7:58 PM IST

ଫାଇଲ ଫଟୋ

ପୁରୀ: ଧାରା 370 ଉଛେଦକୁ ସ୍ବାଗତ ଜଣାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନ୍ଦ ସରସ୍ବତୀ । କାଶ୍ମୀରରେ 370 ଧାରା ଉଛେଦ ନେଇ ଖୁସିବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ । ଇଂରେଜ ଅମଳର କୁଟନୀତି ଆଇନ ଉପରେ ହୋଇଛି ଶକ୍ତ ପ୍ରହାର । ଏଭଳି ଧାରା ଉଛେଦର ଆବଶ୍ୟକତା ଥିଲା । ସମସ୍ତ ରାଜନୈତିକ ଦଳ ଦେଶ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ଭୁବନେଶ୍ବର

ଏଥିସହ ଇଂରେଜ ମାନଙ୍କ କୁଟନୀତି ଯୋଗୁଁ ପ୍ରଥମେ ଭାରତରୁ ଆଫଗାନିସ୍ତାନକୁ ଅଲଗା କରାଗଲା ଓ ପରେ ବର୍ମା ଓ ଶ୍ରୀଲଙ୍କାକୁ ଅଲଗା କରାଗଲା। ଏହାପରେ ପାକିସ୍ତାନ ଗଠନ କରାଯାଇଥିଲା। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଦେଶକୁ ବିଭାଜନ କରିଥିଲେ ବୋଲି ପୁରୀ ଶଙ୍କାରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି। ଏମିତିକି 370 ଧାରା ଉଚ୍ଛେଦ ଉପରେ ଅଧିକ ଟିପ୍ପଣି ରଖିଛନ୍ତି ଜଗଦଗୁରୁ। ତାଙ୍କ କହିବା କଥା ହେଉଛି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଶାସନକାଳରେ 370ଧାରାକୁ କ୍ରୀୟାନିତ କରାଯାଇଥିଲା। କିନ୍ତୁ ସ୍ଥାୟୀ ଭାବେ ଗୁରୁତ୍ବ ଦିଆଯାଇନଥିଲେ ମଧ୍ୟ ପରେ ରାଜନୈତିକ ନେତାମାନେ ଏହି ଧାରାକୁ ଗୁରୁତ୍ବଦେବାକୁ ଷଡଯନ୍ତ୍ର ରଚିଥିଲେ ବୋଲି କହିଛନ୍ତି ନିଶ୍ଚଳାନନ୍ଦ ସରସ୍ବତୀ।

ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହିନ୍ଦୁତ୍ବ ରାଷ୍ଟ୍ର ଓ ଅଖଣ୍ଡତା ପ୍ରତି ଭରଷା ରଖିଥିଲେ। ଭଗବତ କୃପାରୁ ଇଂରେଜଙ୍କ କୁଟନୀତି ଉପରେ ବଡ ପ୍ରହାର କରାଯାଇଛି। ଯାହାକୁ ଦେଶବାସୀ ବହୁ ପୁର୍ବରୁ ଅପେକ୍ଷା କରିଥିଲେ। ତେବେ ଭାରତ ଓ ତାର ଅସ୍ତିତ୍ବ ଆଦର୍ଶକୁ ସ୍ବତନ୍ତ୍ରତା ଦେଇଛି । ସର୍ବୋତ୍କୃଷ୍ଟ ଭାରତ ଗଠନ ହେଲେ ବିଶ୍ବତନ୍ତ୍ରକୁ ବୈଦିକ ଜ୍ଞାନ କ୍ଷେତ୍ରରେ ଭାରତ ଆଗରେ ରହିବ ବୋଲି ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details