ବ୍ରହ୍ମଗିରି :ପାଇଖାନା ଟାଙ୍କିରେ ଫସିଲା ବାରହା । ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ । ଦୀର୍ଘ ସମୟର ଉଦ୍ୟମ ପରେ ବାରହାକୁ ଉଦ୍ଧାର କଲା ଦମକଳ ବାହିନୀ । ସୂଚନା ଅନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳୁପାଟଣା ଗାଁର ଗୋଟିଏ ପାଇଖାନା ଟାଙ୍କିରେ ଫସି ଯାଇଥିଲା ବାରହା । ପରେ ବାରହାକୁ ଉଦ୍ଧାର ପାଇଁ ଫାୟାର ଟିମ, ସ୍ନେକ ହେଲ୍ପ ଲାଇନର ବ୍ରହ୍ମଗିରି ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ଆରମ୍ଭ ହୋଇଥିଲା ଅପରେସନ । ଦୀର୍ଘ ସମୟ ପରେ ବାରହାଟିକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।
ପାଇଖାନା ଟାଙ୍କିରେ ଫସିଲା ବାରହା, ଉଦ୍ଧାର କଲା ଦମକଳ ବାହିନୀ - wild boar rescued in bramagiri
ପାଇଖାନା ଟାଙ୍କିରେ ଫସିଲା ବାରହା । ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ । ଅଧିକ ପଢନ୍ତୁ...
ପାଇଖାନା ଟାଙ୍କିରେ ଫସିଲା ବାରହା ,ଉଦ୍ଧାର କଲା ଦମକଳ ବାହିନୀ
ବାରହା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ପଦା ହେଉଥିବାରୁ ଖାଦ୍ୟ ନ ପାଇଁ ବାରହା ଜନବସତି ମୁହାଁ ହେଉଛନ୍ତି । ବାରହା ଆକ୍ରମଣରେ କେତେବେଳେ ଲୋକଙ୍କର କ୍ଷୟକ୍ଷତି ହେଉଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ ବାରହାର ଜୀବନ ଯାଉଛି । କିଛି ଦିନ ତଳେ ସ୍ଥାନୀୟ ଲୋକଙ୍କ ଅକ୍ରମଣରେ ଏକ ବାରହାର ମୃତ୍ୟୁ ହୋଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ