ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: କାହାକୁ ଭଣ୍ଡାଇ ପୁରୀ ଆସିଛନ୍ତି ଭଣ୍ଡ ଗଣେଶ, ଜାଣନ୍ତୁ... - PURI

ଶ୍ରୀମନ୍ଦିର ଭିତରେ ମୋଟ ୪୫ଟି ଗଣେଶ ମନ୍ଦିର ଅଛି । ସେମାନକ ଭିତରୁ ଭିତର ବେଢାରେ ୨୩ଟି ଓ ବାହାର ବେଢାରେ ୨୨ଟି ରହିଛି । ତନ୍ମଧ୍ୟରୁ ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ବରୂପ । ଏହି ଗଣେଶଙ୍କ ନାମ ପଛରେ ରୋଚକ କାହାଣୀ ରହିଛି । ଆସନ୍ତୁ ଜାଣିବା ଏହା ପଛର କାହାଣୀ ଓ ମନ୍ଦିର ବେଢାର କେଉଁ ଦିଗରେ ସେ ବିଦ୍ୟମାନ ତାଙ୍କ ସ୍ବରୁପ କଣ ?

ଡିଜାଇନ ଫଟୋ

By

Published : Jun 23, 2019, 8:51 AM IST

Updated : Jun 23, 2019, 9:45 AM IST

ଭୁବନେଶ୍ବର: ସେ ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିବା ପୂର୍ବରୁ ପ୍ରଥମେ ତାଙ୍କୁ ଆବାହନ ଓ ବନ୍ଦନା କରାଯାଏ । ସେହିଭଳି ବଡ ଦେଉଳରେ ଅଗ୍ରପୂଜ୍ୟ, ଗଣାଧିପତି, ଗଣପତିଙ୍କ ପ୍ରଭାବ ରହିଛି । ମହାପ୍ରଭୁ ନିଜ ଜନ୍ମ ଦିବସ ସ୍ନାନପୂର୍ଣ୍ଣିମାରେ ହାତୀବେଶ ବା ଗଣପତି ବେଶରେ ଦର୍ଶନ ଦେଇ ଭକ୍ତଙ୍କ ଚିତ୍ତହରଣ କରନ୍ତି । ଶ୍ରୀମନ୍ଦିର ଭିତରେ ମୋଟ ୪୫ଟି ଗଣେଶ ମନ୍ଦିର ଅଛି । ସେମାନକ ଭିତରୁ ଭିତର ବେଢାରେ ୨୩ଟି ଓ ବାହାର ବେଢାରେ ୨୨ଟି ରହିଛି । ତନ୍ମଧ୍ୟରୁ ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ବରୂପ । ଏହି ଗଣେଶଙ୍କ ନାମ ପଛରେ ରୋଚକ କାହାଣୀ ରହିଛି । ଆସନ୍ତୁ ଜାଣିବା ଏହା ପଛର କାହାଣୀ ଓ ମନ୍ଦିର ବେଢାର କେଉଁ ଦିଗରେ ସେ ବିଦ୍ୟମାନ ତାଙ୍କ ସ୍ବରୁପ କଣ ?


ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ବାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ । ତାତ୍ତ୍ବିକ ଦୃଷ୍ଟିରୁ ଏ ମୂର୍ତ୍ତି ଭଣ୍ଡ ଗଣେଶ ଭାବରେ କଥିତ । ଭଣ୍ଡ ଗଣେଶ କଳା ମୁଗୁନି ପଥରରେ ତିଆରି । ସେ ସିଂହାସନ ଉପରେ ଡାହାଣ ପାଦ ଭାଙ୍ଗିଛନ୍ତି ଓ ବାମ ପାଦ ଲମ୍ବାଇଛନ୍ତି । ଜଟାମୁକୁଟ ମଣ୍ତିତ ସହ ଓ ସର୍ପକୁ ପଇତା ଭାବରେ ଧାରଣ କରି ବିଦ୍ୟମାନ । ତାଙ୍କର ଚାରିଟି ହାତ ଅଛି । ବାମ ଉପର ହସ୍ତରେ ପରଶୁ ଓ ବାମତଳ ହସ୍ତରେ ସିଦ୍ଧିଦେବୀଙ୍କୁ ଆଲିଙ୍ଗନ କରିଛନ୍ତି । ଦକ୍ଷିଣ ଉପର ହସ୍ତରେ ଭଗ୍ନଦନ୍ତ ଓ ଦକ୍ଷିଣ ତଳହସ୍ତରେ ଅକ୍ଷୟମାଳା ରହିଛି । ଏହି ଗଣେଶଙ୍କ ବାମ ଜଙ୍ଘରେ ବସିଥିବା ଦେବୀମୂର୍ତ୍ତୀଙ୍କର ଜନନେନ୍ଦ୍ରିୟରେ ଗଣେଶଙ୍କ ବାମାବର୍ତ୍ତ ଶୁଣ୍ଢ ପ୍ରବେଶ କରି ରହିଛି ଆଧାର ଲୋଡ଼ଛି । ଏହି ଦେବୀମୂର୍ତ୍ତୀ କିଏ, ଏ ନେଇ ଅନେକ ମତ ରହିଛି । କେତେକ ଏହାଙ୍କୁ ଗଣେଶଙ୍କର ଶକ୍ତି ସିଦ୍ଧିଦେବୀ କୁହନ୍ତି ।


ଭଣ୍ଡ ଗଣେଶ ହିଁ କାଞ୍ଚି ଗଣେଶ । ଓଡିଶାର ରାଜା ପୁରୁଷୋତ୍ତମ ଦେବ କାଞ୍ଚି ଜୟ କରିଥିବା ବେଳେ ଏହି ଗଣେଶଙ୍କୁ ଆଣି ପ୍ରତିଷ୍ଠା କରିଥିବା ନେଇ ଜଣାଯାଏ । ଏହା ପଛର କାହାଣୀ ଏହିପରି । କାଞ୍ଚିକାବେରୀ ଯୁଦ୍ଧରେ କାଞ୍ଚିରାଜା ନିଜର ସୁନିଶ୍ଚିତ ପରାଜୟ ଜାଣି ରଣାଙ୍ଗନରୁ ଛତ୍ରଭଙ୍ଗ ଦେଲାପରେ ନିଜର ଇଷ୍ଟଦେବ ଗଣପତିଙ୍କ ସରଣକୁ ଆସିଥିଲେ । ସେ ଅଗ୍ରପୂଜ୍ୟ ଗଣପତିଙ୍କୁ ସ୍ମରଣ କରିବାରୁ ସେ କାଞ୍ଚିସେନା ସହିତ ରହି ଯୁଦ୍ଧ କରିଥିଲେ । ଏହି ଯୁଦ୍ଧରେ ଜଗନ୍ନାଥ ଓ ବଳଭଦ୍ର, ରାଜା ପୁରୁଷୋତ୍ତମଦେବଙ୍କ ପକ୍ଷରୁ ଯୁଦ୍ଧ କରୁଥିବା ଗଣପତିଙ୍କୁ ଅଜଣା ଥିଲା । ଯୁଦ୍ଧ ସମୟରେ ଜଗନ୍ନାଥଙ୍କ ଘୋଡା ମାର୍ଜାର ରୂପ ଧାରଣ କରିବାରୁ ଗଣେଶଙ୍କ ବାହନ ମୂଷିକ ଦୌଡି ପଳାୟନ କରିଥିଲା । ଗଣେଶ ଜଗନ୍ନାଥଙ୍କ ମାୟା ଜାଣିପାରି କ୍ଷମା ମାଗିଥିଲେ ଓ କାଞ୍ଚିରାଜାଙ୍କ ଠାରୁ ଦେଇଥିବା ଅଭୟ ପ୍ରତ୍ୟାହାର କରିଥିଲେ । ଫଳରେ ରାଜା ପୁରୁଷୋତ୍ତମଦେବ ବିଜୟୀ ହୋଇଥିଲେ । ରାଜା ପ୍ରତ୍ୟାବର୍ତ୍ତନ କଲାବେଳେ କାମଦ ଗଣେଶଙ୍କୁ ସାଥିରେ ନେଇ ଆସିଥିଲେ । ଜନଶ୍ରୁତି ଅନୁସାରେ କାଞ୍ଚି ରାଜାଙ୍କୁ ଯୁଦ୍ଧରେ ଭଣ୍ଡାଇ ଦେଇ ଉତ୍କଳ ଚାଲି ଆସିଥିବାରୁ ତାଙ୍କ ଅନ୍ୟନାମ ହେଉଛି ଭଣ୍ଡ ଗଣପତି । ଏହାଙ୍କୁ କେହି କେହି କାମଦ ଗଣେଶ, ଚୌର ଗଣେଶ, ଉଚ୍ଛିଷ୍ଟ ଗଣେଶ , କାଞ୍ଚିଗଣେଶ ଓ ତାନ୍ତ୍ରିକ ଗଣେଶ ବୋଲି କହିଥାନ୍ତି ।

ଭଣ୍ଡ ଗଣେଶ ଜଣେ ତାନ୍ତ୍ରିକ ଦେବତା ଏବଂ ଏହାଙ୍କ ବିଗ୍ରହ ବାମାବର୍ତ୍ତ । ବାମାଚାର ତନ୍ତ୍ର ପଦ୍ଧତିରେ ଯେଉଁ ଗଣେଶ ବିଗ୍ରହଙ୍କୁ ଉପାସନା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 23, 2019, 9:45 AM IST

For All Latest Updates

ABOUT THE AUTHOR

...view details