ଓଡିଶା

odisha

ETV Bharat / state

ପୁରୀବାସୀଙ୍କ ଅପେକ୍ଷା, କିଏ ହେବ ତାଙ୍କ ପ୍ରିୟ ନେତା? - ପୁରୀ

ପୁରୀ ଜିଲ୍ଲାର ଲୋକସଭା ଅଧୀନରେ ଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକର ମତଦାନ ପରେ ଇଭିଏମ ଓ ଭିଭିପାଟ ମେସିନ ଆସି ଷ୍ଟ୍ରଙ୍ଗ ରୁମରେ ହୋଇଛି ସିଲ୍ । ଆଜି ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟଙ୍କ ଉପସ୍ଥିତିରେ ପ୍ରଶାସନ ଏଗୁଡିକ ରଖିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

By

Published : Apr 24, 2019, 10:55 PM IST

ପୁରୀ: ଜିଲ୍ଲାର ଲୋକସଭା ଅଧୀନରେ ଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକର ମତଦାନ ପରେ ଇଭିଏମ ଓ ଭିଭିପାଟ ମେସିନ ଆସି ଷ୍ଟ୍ରଙ୍ଗ ରୁମରେ ରଖାଯାଇ ସିଲ୍ କରାଯାଇଛି । ଆଜି ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟଙ୍କ ଉପସ୍ଥିତି ରେ ପ୍ରଶାସନ ଏଗୁଡିକ ରଖିଛି । ତେବେ ମେ ମାସ 23 ତାରିଖରେ ଭୋଟ ଗଣତି ଦିନ ଏହି ଇଭିଏମ ଓ ଭିଭିପାଟ ମେସିନ ଖୋଲାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଏହାର ସୁରକ୍ଷା ପାଇଁ 24 ଘଣ୍ଟିଆ ସୁରକ୍ଷା କର୍ମୀ ସହ ସିସିଟିଭି କ୍ୟାମେରା ଲଗାଯାଇଛି । ତେବେ ଆସନ୍ତା 29 ତାରିଖରେ ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅନୁଷ୍ଠିତ ହେବ । ଜଗତସିଂହପୁର ଲୋକସଭା ଅଧୀନରେ ଏହି ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଛି । ତେବେ 27 ତାରିଖରେ ନିମାପଡା ଓ କାକଟପୁର ପାଇଁ ପୋଲିଂ ଅଧିକାରୀ ପୁରୀ କଣ୍ଟ୍ରୋଲ ରୁମରୁ ନିଜ ବୁଥ ଅଭିମୁଖେ ବାହାରିବେ ।

ପରେ ମେ 23 ତାରିଖରେ ପୁରୀ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ହେବ । ସେହିପରି ପୁରୀର ଯେଉଁ ବୁଥ ଗୁଡିକରେ ଗଣ୍ଡଗୋଳ ଓ ଇଭିଏମ ଭଙ୍ଗାରୁଜା ହୋଇଛି ସେ ନେଇ ନିର୍ବାଚନ କମିଶନଙ୍କ ସୂଚନା ଦିଆଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସାନି ମତଦାନ ହେବ । ସେହିପରି କଣାସର 78 ନମ୍ବର ବୁଥରେ ବିଜେପି ପ୍ରାର୍ଥୀ ଇଭିଏମ ମେସିନ ଭଙ୍ଗାରୁଜା ଅଭିଯୋଗ ଘଟଣାରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details