ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଷାଠିଏ ପଉଟି ଭୋଗ ରନ୍ଧା ନ ସରିବା ଯାଏଁ ଲିଭି ନଥାଏ ଚୁଲି

ରୋଷଘରର ରକ୍ଷକ ଭାବରେ ଅଗ୍ନିଶ୍ବର ମହାଦେବ ରହିଛନ୍ତି । ଏହି ମହାଦେବ ଅଗ୍ନିଶାଳା ଅଗ୍ନିକୁ ରକ୍ଷା କରନ୍ତି । ବିଶ୍ବାସ ରହିଛି ଯେ ଥରେ ଚୁଲି ଜଳିବା ଆରମ୍ଭ ହେଲେ ରୋଷ କାର୍ଯ୍ୟ ନ ସରିବା ଯାଏଁ ଏହା ଲିଭିନଥାଏ । ଏହା କେବଳ ଅଗ୍ନିଶ୍ବର ମହାଦେବଙ୍କ କୃପାରୁ ସାଧ୍ୟ ହୋଇଥାଏ ବୋଲି କୁହାଯାଏ ।

By

Published : Jun 25, 2019, 9:36 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ବେଢି, ବେଢାରେ ରହିଛନ୍ତି ଅନେକ ଦେବାଦେବୀ । କୁହାଯାଏ ଶ୍ରୀମନ୍ଦିରରେ ଅବସ୍ଥାପିତ ସମସ୍ତ ଦେବାଦେବୀଙ୍କ ମନ୍ଦିର ଭିତରେ ଭିନ୍ନଭିନ୍ନ ଭୂମିକା ରହିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷ ଘରେ କୁଡୁଆ ଉପରେ କୁଡୁଆ ରହି ଷାଠିଏ ପଉଟି ଭୋଗ ରୋଷେଇ ହୁଏ l ଏହି ରୋଷଘରର ରକ୍ଷକ ଭାବରେ ଅଗ୍ନିଶ୍ବର ମହାଦେବ ରହିଛନ୍ତି । ଏହି ମହାଦେବ ଅଗ୍ନିଶାଳାର ଅଗ୍ନିକୁ ରକ୍ଷା କରନ୍ତି । ବିଶ୍ବାସ ରହିଛି ଯେ ଥରେ ଚୁଲି ଜଳିବା ଆରମ୍ଭ ହେଲେ ରୋଷ କାର୍ଯ୍ୟ ନ ସରିବା ଯାଏଁ ଏହା ଲିଭିନଥାଏ । ଏହା କେବଳ ଅଗ୍ନିଶ୍ବର ମହାଦେବଙ୍କ କୃପାରୁ ସାଧ୍ୟ ହୋଇଥାଏ ବୋଲି କୁହାଯାଏ ।


ବାଇଶିପାହାଚ ପାରି ହେଲେ ଭିତରବେଢା ଆରମ୍ଭ ହୁଏ । ଏହା ପୂର୍ବ-ପଶ୍ଚିମରେ 400ଫୁଟ । ଉତ୍ତର-ଦକ୍ଷିଣରେ 278ଫୁଟ । ଭିତର ବେଢାରେ ଉପର ଗୁମୁଟ ଦେଇ ପାଟ ଅଗଣାକୁ ପ୍ରବେଶ କଲା ପଥରେ ଭୋଗମଣ୍ଡପ ସମ୍ମୁଖରେ ଅବସ୍ଥିତ ମହାଦେବ ମନ୍ଦିର । ଅଚିନ୍ତା ପହଣ୍ଡ ପାଖରେ ସ୍ଥାପିତ ଶିବଲିଙ୍ଗ । ଏଠାରେ ଦୈନିକ ପୂଜା ହୁଏ । ପ୍ରତ୍ୟହ ରୋଷପୂର୍ବରୁ ଅଗ୍ନିଶ୍ବରଙ୍କୁ ପୂଜାର୍ଚ୍ଚନା କରାଯାଏ ।


ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ବର' । ମହାଦେବ ବିଷ୍ଣୁଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ ଶ୍ରୀମନ୍ଦିର ପାକଶାଳାର ଅଗ୍ନି ରକ୍ଷକ ଭାବେ ପରିଚିତ ।


ଏହି ଶିବ ହେଉଛନ୍ତି ଅଗ୍ନି ସ୍ବରୂପ । ତେଣୁ ତାଙ୍କ ପାଖ ଦେଇ ଜଗନ୍ନାଥଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ଯଦି ରୋଷେଇବେଳେ ସିଦ୍ଧ (ସିଝିବା) ହୋଇନଥାଏ, ତେବେ ପ୍ରଭୁଙ୍କ ଦୃଷ୍ଟି ପଡିବା ମାତ୍ରେ ତାହା ସିଦ୍ଧ ହୋଇଯାଇଥାଏ । ଏଣୁ ପ୍ରଭୁ ଭୋଗମଣ୍ଡପ ରାସ୍ତାରେ ହିଁ ବିରାଜମାନ କରିଥାନ୍ତି ।

ବ୍ୟୁରୋ ରିର୍ପୋଟ, ଇଟିଭି ଭାରତ

ABOUT THE AUTHOR

...view details