ଓଡିଶା

odisha

ETV Bharat / state

କର୍ତ୍ତବ୍ୟ ବେଳେ କୋରୋନା ଯୋଦ୍ଧା ହରାଇଲେ ନିଜ ଝିଅ - puri news

କର୍କଟ ରୋଗ ରେ ପିଡୀତ ଝିଅକୁ ଛାଡି କୋଭିଡ 19 ରେ ଯୋଦ୍ଧା ଭାବରେ ଅହରହ ରାସ୍ତା ଉପରେ ସେବା ଯୋଗାଇ ଦେଉଥିବା କୋରୋନା ଯୋଦ୍ଧା ହରାଇଲେ ନିଜ 13 ବର୍ଷର ଝିଅ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ । ଅଧିକ ପଢନ୍ତୁ...

କୋରୋନା ଯୁଦ୍ଧରେ ସହାୟତାର ହାତ ବଢାଇଲା କଳିଙ୍ଗ କୁସୁମ ଫାଉଣ୍ଡେସନ
କର୍ତ୍ତବ୍ୟ ବେଳେ କୋରୋନା ଯୋଦ୍ଧା ହରାଇଲେ ନିଜ ଝିଅ

By

Published : Apr 30, 2020, 9:41 PM IST

ପୁରୀ: କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ । କର୍କଟ ରୋଗରେ ପୀଡିତ ଝିଅକୁ ଛାଡି କୋଭିଡ-19ରେ ଯୋଦ୍ଧା ଭାବରେ ଅହରହ ରାସ୍ତା ଉପରେ ସେବା ଯୋଗାଇ ଦେଉଥିବା କୋରୋନା ଯୋଦ୍ଧା ହରାଇଲେ ନିଜ 13 ବର୍ଷର ଝିଅ । ଡ୍ୟୁଟି ସମୟରେ ପାଇଥିଲେ ଝିଅର ମୃତ୍ୟୁ ଖବର । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।

ମହିଳା ହୋମଗାର୍ଡ ଭାବେ କାର୍ଯ୍ୟରତ ଗୌରୀ ବେହେରାଙ୍କ ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । ତଥାପି ନିଜ କର୍ତ୍ତବ୍ୟକୁ ପଛରେ ପକାଇ ନାହାନ୍ତି ସେ । ଗତ 24 ତାରିଖରେ ଘଟିଛି ଏହି ଦୁଃଖଦ ଘଟଣା । ନିଜର ଏକମାତ୍ର ଝିଅ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣରେ ପଢୁଥିଲା । ହେଲେ କର୍କଟ ରୋଗରେ ପୀଡିତ ରୋଗୀଣା ଝିଅକୁ ଛାଡି କୋଭିଡ-19 ଲକଡାଉନରେ ଡ୍ୟୁଟି କରୁଥିଲେ ଗୌରୀ ।

କର୍ତ୍ତବ୍ୟ ବେଳେ କୋରୋନା ଯୋଦ୍ଧା ହରାଇଲେ ନିଜ ଝିଅ

ପିପିଲି ବଜାରରେ କୋରୋନା ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ଶିଖାଉଥିବା ମହିଳା ହୋମଗାର୍ଡ ନିଜ କର୍ତ୍ତବ୍ୟ ପାଇଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିବା ବେଳେ ଡ୍ୟୁଟି ସମୟରେ ପାଇଥିଲେ ଝିଅର ମୃତ୍ୟୁ ଖବର । ନିଜ କର୍ତ୍ତବ୍ୟରେ କେବେ ଅବହେଳା ସେ କରିନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ନିଜ ଝିଅ ଲୋପାମୁଦ୍ରାଙ୍କ ସ୍ମୃତିକୁ ଝୁରୁଛନ୍ତି ହୋମଗାର୍ଡ ମା' ଗୌରୀ । କୋରୋନା ଲଢେଇରେ ନିଷ୍ଠାପର ସେବା ଯୋଗାଇ ଆସୁଥିବା ପିପିଲିର ମହିଳା ହୋମଗାର୍ଡ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details