ପୁରୀ: ଦ୍ରୁତଗତିରେ ଶୃଙ୍ଖଳାର ସହ ଆଗେଇ ଚାଲିଛି ରଥଯାତ୍ରା ପ୍ରସ୍ତୁତି କାମ । ପୂର୍ବରୁ ତିନି ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଶନିବାର ତିନି ରଥରେ 18ଟି ଅଖ ଓ 36ଟି ଚକକୁ ସଂଯୋଗ କରାଯାଇଛି । ବିଧି ଅନୁଯାଯୀ ଭଉଁରୀ ତିଥିରେ ତିନି ରଥର 6ଟି ଚକ ଓ 3ଟି ଅଖ ଡେରା ହୋଇଥାଏ । ଏହାପରେ ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ପରଦିନ ପଞ୍ଚ ମହାଦେବ ରଥ ଖଳାରେ ପନ୍ତି ଖାଇଥିଲେ ।
ଏହା ପରଦିନ ଅର୍ଥାତ ଶନିବାର ତିନି ରଥର 36 ଚକ ଓ 18 ଅଖ ଡେରା ହୋଇଛି । ପ୍ରଥମେ ବଡ ଠାକୁରଙ୍କ ତାଳଧ୍ବଜ ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ମା’ ସୁଭଦ୍ରଙ୍କ ଦର୍ପଦଳନ ରଥରେ ଚକ ଓ ଅଖ ଡେରା ହୋଇଥିଲା । ଏହି ପରମ୍ପରାକୁ ଭୋଇ ସେବକମାନେ ସମ୍ପାଦନ କରିଥିଲେ ।