ଓଡିଶା

odisha

ETV Bharat / state

ଅଧିକ ଅଫର୍‌ ଲୋଭରେ ପଡି ସାଇବର ଲୁଟ୍‌ର ଶିକାର ହେଲେ ବଙ୍ଗୀୟ ପର୍ଯ୍ୟଟକ - ପୁରୀରେ ସାଇବର ଠକ

ଅଧିକ ଅଫର ଲୋଭରେ ସାଇବର ଲୁଟର ଶିକାର ହୋଇଛନ୍ତି ବଙ୍ଗୀୟ ପର୍ଯ୍ୟଟକ । ଏନେଇ ପୁରୀ ସାଇବର ଥାନାରେ ଏକ ମାମଲା ହୋଇଛି । ଅଧିକ ପଢନ୍ତୁ

West Bengal tourist gets duped by cyber fraudsters
West Bengal tourist gets duped by cyber fraudsters

By ETV Bharat Odisha Team

Published : Nov 6, 2023, 9:51 AM IST

Updated : Nov 6, 2023, 1:08 PM IST

tourist gets duped by cyber fraudsters

ପୁରୀ: ପୁରୀରେ ରହିବା ପାଇଁ ଅନଲାଇନ ହୋଟେଲ ବୁକିଂ କରୁଛନ୍ତି କି ? ତେବେ ସାବଧାନ । ଆପଣ ଅନଲାଇନ ଠକଙ୍କ ଶିକାର ପାଲଟି ଯାଇ ପାରନ୍ତି । ଅଧିକ ଅଫର ଲୋଭରେ ସାଇବର ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ବଙ୍ଗୀୟ ପର୍ଯ୍ୟଟକ । ପର୍ଯ୍ୟଟନ ସହର ପୁରୀକୁ ବୁଲିବାକୁ ଆସିବାକୁ ଚାହୁଁଥିଲେ ଦେଖିଚାହିଁ ଅନ୍‌ଲାଇନ୍‌ରେ ହୋଟେଲ୍‌ ବୁକିଂ କରନ୍ତୁ । କେବଳ ହୋଟେଲ ସାଇଡ୍‌କୁ ଯାଇ ବୁକିଂ କରନ୍ତୁ । କାରଣ ସୋସିଆଲ ମିଡ଼ିଆରେ ଲୋଭନୀୟ ଅଫର୍ ଦେଖି କମ୍‌ ଟଙ୍କାରେ ହୋଟେଲ ମିଳୁଛି ବୋଲି ଯଦି ବୁକିଂ କରିବେ ତେବେ ଆପଣ ହରଡଘଣାରେ ପଡ଼ି ଲୁଟ୍‌ର ଶିକାର ହୋଇପାରନ୍ତି ।

ତେବେ ଫେକ୍‌ ବୁକିଂ ପର୍ଯ୍ୟଟନ ସହର ପୁରୀରେ ଏକ ନିତିଦିନିଆ ଘଟଣା ହୋଇଗଲାଣି । ଯେପରିକି ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ବର୍ଣ୍ଣ ଦୀପ ହୋଟେଲ ନାଁରେ ବୁକିଂ କରାଯାଇଛି କିନ୍ତୁ ହୋଟେଲ ନାହିଁ। ହୋଟେଲ ନାହିଁ କିନ୍ତୁ ହ୍ବାଟସ ଆପରେ ଫ୍ରଡ ହୋଟେଲ ତିଆରି କରି ବୁକିଂ କରାଯାଉଛି। ପଶ୍ଚିମବଙ୍ଗର ରାକେଶ ହାଲଦାର ୭ଦିନ ପାଇଁ ହୋଟେଲ ବୁକିଂ କରିଥିଲେ। ହ୍ବାଟସଆପରୁ ହୋଟେଲ ବାବଦରେ ଜାଣି ହୋଟେଲ ବୁକିଂ କରିଥିଲେ । ପରେ ପୁରୀ ଆସି ଦେଖିଥିଲେ ହୋଟେଲ ସ୍ଵର୍ଣ୍ଣଦିପ ନାମରେ କୌଣସି ହୋଟେଲ ନାହିଁ । ଏନେଇ ରାକେଶ ଠକାମୀରେ ଶିକାର ହୋଇଥିବା ନେଇ ଜାଣି ପାରିଥିଲେ। ତେଣୁ ପୁରୀ ସାଇବର ଥାନାରେ ଏକ ମାମଲା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଧରାପଡ଼ିଲା ଧୂର୍ତ୍ତ ଅନଲାଇନ ଠକ, RBI ଗଭର୍ଣ୍ଣରଙ୍କ ଜାଲ ଦସ୍ତଖତରେ କୋଟି କୋଟି ଟଙ୍କା ଠକେଇ

କେବଳ ଏହି ଗୋଟିଏ ଘଟଣା ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ ଥିବା ନୀଳାଦ୍ରି ଭକ୍ତ ନିବାସ ନାଁ ରେ ମଧ୍ୟ ଫେକ୍‌ ବୁକିଂ କରାଯାଇଛି । ଗୋଟିଏ ଦିନରେ ଦୁଇ ଜଣ ଲୁଟ୍‌ର ଶିକାର ହୋଇଛନ୍ତି । ଏହି ଘଟଣାରେ ସାଇବର ଲୁଟେରା ନବୀନ ତିଓ୍ବାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଠକିଥିବା ଜଣାପଡିଛି । ସେହିପରି ଵିଭୁ ମିଶ୍ର ନାମକ ବ୍ୟକ୍ତି ମଧ୍ୟ ଲୁଟର ଶିକାର ହୋଇଛନ୍ତି । ଏନେଇ ସାଇବର ଥାନାରେ ଏତଲା ହୋଇଛି । ତେବେ ସଚେତନତା ଅଭାବରୁ ଏଭଳି ଅନ୍‌ଲାଇନ ଠକେଇ ବଢ଼ିବାରେ ଲାଗିଛି । ତେଣୁ ଅଧିକ ଅଫର୍ ଲୋଭରେ ନ ପଡ଼ି ଜଣାଶୁଣା ହୋଟେଲ ବୁକିଂ ଆପ୍‌, ସାଇଟ୍‌ରେ ବୁକ୍ କରିବାକୁ ପୋଲିସ୍ ପକ୍ଷରୁ ବାରମ୍ବାର କୁହାଯାଇଥିବା ବେଳେ ଲୋକେ ଏହାକୁ ଅଣଦେଖା କରି ସାଇବର ଲୁଟ୍‌ର ଶିକାର ହେଉଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 6, 2023, 1:08 PM IST

ABOUT THE AUTHOR

...view details