ପୁରୀ: ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ପୁରୀରେ ପହଞ୍ଚିଛନ୍ତି । ଏନେଇ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ଜଣେ ବଡ ଭକ୍ତ । ସେ ଏକାଧିକବାର ପୁରୀ ଆସି ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିଛନ୍ତି ।
ଏପରିକି ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତାଙ୍କର ବିଜୟର ଶ୍ରେୟ ସେ ମହାପ୍ରଭୁ ଜଗନ୍ନାଥଙ୍କ କୃପା ବୋଲି କହିଥିଲେ । ଚଳିତ ବର୍ଷ ଶେଷ ଆଡକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି । ଏମିତିି ସ୍ଥିତିରେ ମମତାଙ୍କ ଜଗନ୍ନାଥ ଦର୍ଶନ ଅନେକ ଗୁରୁତ୍ବ ବହନ କରୁଥିବା କୁହାଯାଉଛି ।