ଓଡିଶା

odisha

ETV Bharat / state

ଖାମଖିଆଲ ଜିଲ୍ଲା ପ୍ରଶାସନ, ଜନସଂଖ୍ୟା ଠାରୁ ଭୋଟରଙ୍କ ସଂଖ୍ୟା ଅଧିକ - GP

ପୁରୀ ଜିଲ୍ଲାର ଏକ ଗ୍ରାମପଞ୍ଚାୟତର ଭୋଟର ସଂଖ୍ୟାର ପରିସଂଖ୍ୟନ ରିପୋର୍ଟ ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ କେତେ ସଜାଗ କେତେ ସତର୍କ ତାହା ଜଣାପଡିଛି । ଜିଲ୍ଲାର ଗୋପୀନାଥପୁର ଗ୍ରାମ ପଞ୍ଚାୟତରେ ଯେତିକି ଜନ ସଂଖ୍ୟା ରହିଛି ତାହା ଠାରୁ 15 ସହ ଅଧିକ ଭୋଟର ରହିଛନ୍ତି । ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ସୂଚନା ବିବରଣୀ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 7, 2019, 12:40 PM IST

ପୁରୀ: ଅଗାମୀ ନିର୍ବାଚନକୁ ନେଇ ପ୍ରଶାସନିକ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରସ୍ତୁତି କେତେ ଗତିଶୀଳ ଆଉ କେତେ ସୁବ୍ୟବସ୍ଥିତ ତାର ପ୍ରମାଣ ମିଳିଛି ପୁରୀ ଜିଲ୍ଲାର ଏକ ଗ୍ରାମପଞ୍ଚାୟତର ଭୋଟର ସଂଖ୍ୟାର ପରିସଂଖ୍ୟନ ରିପୋର୍ଟ ପଦାକୁ ଆସିବା ପରେ । ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ କେତେ ସଜାଗ କେତେ ସତର୍କ ତାହା ଜଣାପଡିଛି । ଜିଲ୍ଲାର ଗୋପୀନାଥପୁର ଗ୍ରାମ ପଞ୍ଚାୟତରେ ଯେତିକି ଜନ ସଂଖ୍ୟା ରହିଛି ତାହା ଠାରୁ 15 ସହ ଅଧିକ ଭୋଟର ରହିଛନ୍ତି । ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ସୂଚନା ବିବରଣୀ ମିଳିଛି । ଜନସଂଖ୍ୟାଠାରୁ ଭୋଟର ଅଧିକା, ଏମିତି କେମିତି ସମ୍ଭବ ବୋଲି ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନର ଖାମଖିଆଲ ତଥା ବେପରୁଆ ଢଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପଦାରେ ପଡିଛି ।


ମିଳିଥିବା ସୂଚନା ଅନୁସାରେ ଗୋପୀନାଥପୁର ପଞ୍ଚୟତରେ ଥିବା ଜନସଂଖ୍ୟା ଠାରୁ ଭୋଟର ସଂଖ୍ୟା 1515 ଅଧିକ ରହିଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସୂଚନା ଅଧିକାର ମାଧ୍ୟମରେ ହସ୍ତଗତ ହୋଇଛି । 2011 ଜନଗଣନା ତଥ୍ୟ କହୁଛି ଗୋପୀନାଥପୁର ପଞ୍ଚାୟତରେ 4040 ହେଉଛି ଜନସଂଖ୍ୟା । ହେଲେ ଏବେ ମିଳିଥିବା ରିପୋର୍ଟରେ ଏହାର ଭୋଟର ସଂଖ୍ୟା ହେଉଛି 5555, ଯାହା କି ସମସ୍ତଙ୍କୁ ଚକିତ କରିଛି । ଏହି ରିପୋର୍ଟ ତଥ୍ୟ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନର ତ୍ରୁଟି ପଦାକୁ ଆସିଛି । ତେବେ ପଞ୍ଚାୟତ ପୁନର୍ଗଠନ ବେଳେ ପ୍ରଶାସନର ତ୍ରୁଟି ଯୋଗୁ ଏଭଳି ବିଚିତ୍ର ସ୍ଥିତି ଉପୁଜିଥିବା ଗୋପୀନାଥପୁର ସରପଞ୍ଚ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ଏହି ତ୍ରୁଟି ବିଷୟରେ ପୁରୀ ସଦର ବିଡ଼ିଓଙ୍କ ସୂଚନା ଅନୁଯାୟୀ ଗୋପୀନାଥପୁର ପଞ୍ଚାୟତରେ ନିକଟସ୍ଥ ଗ୍ରାମ ଖଣ୍ଡିଆବନ୍ଧର ବାସିନ୍ଦା ଭୋଟ ଦିଅନ୍ତି । ହେଲେ ଖଣ୍ଡିଆବନ୍ଧ ଗ୍ରାମବାସୀ ଗୋପୀନାଥପୁର ଗ୍ରାମ ପଞ୍ଚାୟତର ଜନସଂଖ୍ୟା ତାଲିକାରେ ସାମିଲ ନାହାନ୍ତି । ଏହି ଗ୍ରାମର ଜନସଂଖ୍ୟା ସମଙ୍ଗ ପଞ୍ଚାୟତର ଯାଉଛି । ତେବେ ବଡ଼ ପ୍ରଶ୍ନ ଗୋଟିଏ ପଞ୍ଚାୟତ ଭିତରେ ଥିବା ଗ୍ରାମବାସୀ କେମିତି ଅନ୍ୟ ପଞ୍ଚୟତରେ ଭୋଟର ଅଛନ୍ତି । ଯେଉଁ ସମୟରେ ଭୋଟ ଦେଉଥିବା ଗ୍ରାମବାସୀ ଉକ୍ତ ପଞ୍ଚାୟତ ଜନସଂଖ୍ୟା ତାଲିକାରେ ସାମିଲ ନାହା୍ଁନ୍ତି ।


ଏଭଳି ବିଚିତ୍ର ପ୍ରଶାସନିକ ତ୍ରୁଟି ଯୋଗୁ ଅନେକ ସରକାରୀ ଯୋଜନାରୁ ଗୋପୀନାଥପୁର ପଞ୍ଚାୟତବାସୀ ବଞ୍ଚିତ ହେଉଛନ୍ତି । ତୁରନ୍ତ ଖାଣ୍ଡିଆବନ୍ଧ ଗ୍ରାମକୁ ସମଙ୍ଗ ପଞ୍ଚାୟତ ଭୋଟର ତାଲିକାରେ ସାମିଲ କରିବାକୁ ଗୋପୀନାଥପୁର ଅଧିବାସୀ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details