ପୁରୀ: ଜାନୁଆରୀ 25 ତାରିଖ ହେଉଛି ଜାତୀୟ ଭୋଟର ଦିବସ । ଏହି ଅବସରରେ ଭୋଟରଙ୍କୁ ସଚେତନ କରିବା ନେଇ ଜାନୁଆରୀ ମାସରେ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯିବ।
ବିଶେଷ କରି କିଭଳି ଅଧିକ ନୂଆ ଭୋଟର ସାମିଲ ହେବେ ଏବଂ ଯୁବ ଭୋଟର ସମେତ ଦିବ୍ୟାଙ୍ଗ ଭୋଟରମାନେ ଭୋଟର ଲିଷ୍ଟରେ ସାମିଲ ହେବେ ସେ ନେଇ ଅଭିଯାନ ଚାଲିବ। ଆସନ୍ତା ଫେବୃଆରୀ 15 ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।