ଓଡିଶା

odisha

ETV Bharat / state

କୋଭିଡ ଗାଇଡଲାଇନ ଉଲ୍ଲଘଂନ କଲେ ସେବାୟତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ - ସେବାୟତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

କୋଭିଡ ଗାଇଡଲାଇନ ଉଲ୍ଲଘଂନ କଲେ ସେବାୟତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନ ପର୍ଯ୍ୟନ୍ତ 404 ଜଣ ଶ୍ରୀମନ୍ଦିର ସେବାୟତ , କର୍ମଚାରୀ କୋଭିଡରେ ଅକ୍ରାନ୍ତ ହୋଇ ଥିବା ବେଳେ 8 ଜଣଙ୍କ ମୃତ୍ୟୁ ହୋଇଛି।

କୋଭିଡ ଗାଇଡଲାଇନ ଉଲ୍ଲଘଂନ କଲେ ସେବାୟତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
କୋଭିଡ ଗାଇଡଲାଇନ ଉଲ୍ଲଘଂନ କଲେ ସେବାୟତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

By

Published : Sep 29, 2020, 10:34 PM IST

ପୁରୀ: କୋଭିଡ କଟକଣା ହେତୁ ଦୀର୍ଘ 6 ମାସ ହେବ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ରହିଛନ୍ତି ଭକ୍ତ। କେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ମିଳିବ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି ସମ୍ଭାବନା ବର୍ତ୍ତମାନ ସମୟରେ କ୍ଷୀଣ। ରାଜ୍ୟ ସରକାର ହାଇକୋର୍ଟରେ ଏ ନେଇ ସତ୍ୟପାଠ ଦାଖଲ ପରେ ତାହା ସ୍ପଷ୍ଟ ହୋଇଛି। ଶ୍ରୀମନ୍ଦିର ରେ ଗର୍ଭଗୃହ ଅତ୍ୟନ୍ତ ସଂକୀର୍ଣ୍ଣ ଯୋଗୁ ହଜାର ହଜାର ଭକ୍ତଙ୍କୁ କୋଭିଡ ଗାଇଡ଼ ଲାଇନ ରେ ଦର୍ଶନ ବ୍ୟବସ୍ଥା ଏକ ପ୍ରକାର ଅସମ୍ଭବ ବ୍ୟାପାର। ଏହି ପରିସ୍ଥିତିରେ ଶ୍ରୀମନ୍ଦିର ନ ଖୋଲିବା ନେଇ ସରକାର ସ୍ପଷ୍ଟ କରି ସାରିଛନ୍ତି।

କୋଭିଡ ଗାଇଡଲାଇନ ଉଲ୍ଲଘଂନ କଲେ ସେବାୟତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିର ରେ ସେବାୟତ ଓ କର୍ମଚାରୀ ପାଖାପାଖି 500 ଜଣ କୋଭିଡ ରେ ସଂକ୍ରମିତ ହୋଇ ଥିବା ବେଳେ 15 ଜଣ ସେବାୟତଙ୍କ ମୃତ୍ୟୁ କୋଭିଡରେ ହୋଇ ଥିବା ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ କହିଛନ୍ତି। ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭକ୍ତ ଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିଲେ ଆଉ ସମ୍ଭାଳି ହେବ ନାହିଁ। ଏହା ଦ୍ବାରା ସମସ୍ତ ସେବାୟତ ଓ କର୍ମଚାରୀ ଙ୍କ ଜୀବନ ପ୍ରତୀ ବିପଦସୃଷ୍ଟି ହେବ। ଏଣୁ ଆଉ କିଛି ମାସ ପାଇଁ ଅନ୍ତତଃ ପକ୍ଷେ ଶ୍ରୀମନ୍ଦିର କୁ ଭକ୍ତ ଙ୍କ ପ୍ରବେଶ କଟକଣା ରହିବା ଉଚିତ ବୋଲି ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ କହିଛନ୍ତି।ଆଗକୁ ଆସୁଛି କାର୍ତିକ ମାସ , ଦୁର୍ଗା ପୂଜା। ସେହିପରି କାର୍ତିକ ମାସରେ ମହା ପ୍ରଭୂ ଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଯଦି ଶ୍ରୀମନ୍ଦିର କୁ ଭକ୍ତ ପ୍ରବେଶ କଟକଣା ହଟି ଯାଏ ଲକ୍ଷ ଲକ୍ଷ ଭକ୍ତ ଙ୍କୁ କୋଭିଡ ଗାଇଡ଼ ଲାଇନ ଦର୍ଶନ ବ୍ୟବସ୍ଥା କରାଇବା ଏକ ପ୍ରକାର ଅସମ୍ଭବ। ଏଣୁ ଶ୍ରୀମନ୍ଦିର ଏ ବେ ଭକ୍ତ ଙ୍କ ପାଇଁ କଟକଣା ରଖୀବାକୁ ସେବାୟତ କହିଛନ୍ତି। ସେପଟେ ସେବାୟତ ଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବଢିବା ପରେ ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନ କୋଭିଡ ଗାଇଡ଼ ଲାଇନ ଆହୁରି କଡାକଡି କରିଛି। ଏଣିକି ସବୁ ସେବାୟତ ଶ୍ରୀମନ୍ଦିର ଭିତରେ ପାନ ଛେପ ପକାଇବା କଟକଣା କଡାକଡି କରାଯାଇଛି। ପାନ ଛେପ ଦ୍ବାରା କୋଭିଡ ସଂକ୍ରମଣ ବଢିବା ଅଶଙ୍କା ରହିଛି।

ସେହିପରି ସେବାୟତ ମାନେ ମାସ୍କ ପିନ୍ଧିବା , ହୋମ ଆସୋଲେସନ ବେଳେ ବାହାରେ ନ ବୁଲା ବୁଲି କରିବା କୁ କଡ଼ାକଡ଼ି କରଯାଇଛି। ଏହି ନିୟମ ଉଲଘଂନ ହେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚେତାଇ ଦିଆଯାଇଛି। ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ପାଇଁ ଦୁଇଟି କୋଭିଡ କେୟାର ସେଣ୍ଟର କରି କୋଭିଡ ଅକ୍ରାନ୍ତ ଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିକିତ୍ସା କରୁଛି। ତେବେ ପୂର୍ଵ ଅପେକ୍ଷା ଧୀରେ ଧୀରେ ସ୍ଥିତି ସୁଧୁରୁଥିବା ବେଳେ କମ ସଂକ୍ରମିତ ହେଉଛନ୍ତି ସେବାୟତ। ତେବେ କୋଭିଡ ପରିସ୍ଥିତିକୁ ଦେଖି ନିୟମିତ ଟେଷ୍ଟିଂ କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।ସେପଟେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ 404 ଜଣ ଶ୍ରୀମନ୍ଦିର ସେବାୟତ , କର୍ମଚାରୀ କୋଭିଡରେ ଅକ୍ରାନ୍ତ ହୋଇ ଥିବା ବେଳେ 8 ଜଣଙ୍କ ମୃତ୍ୟୁ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details