ଓଡିଶା

odisha

ETV Bharat / state

କଟକଣାକୁ ଫୁ, ପିପିଲି ହାଟରେ ଜମିଲା ଭିଡ - ପୁରୀ ଅପଡେଟ ନ୍ୟୁଜ

ରାଜ୍ୟରେ ଲକଡାଉନ ଥିବା ସମୟରେ ପିପିଲି ହାଟରେ ଜମୁଛି ଲୋକଙ୍କ ଭିଡ । ଅଧିକ ପଢନ୍ତୁ...

କୋରୋନା ନିୟମ ଉଲ୍ଲଂଘନ କରି ଫାଇନ ଭରିଲେ ଅମାନିଆ
କୋରୋନା ନିୟମ ଉଲ୍ଲଂଘନ କରି ଫାଇନ ଭରିଲେ ଅମାନିଆ

By

Published : May 15, 2021, 7:39 AM IST

ପୁରୀ: କୋରୋନାରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଲକଡାଉନ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ପୁରୀ ଜିଲ୍ଲା ପିପିଲିରେ କୋରୋନା କଟକଣାକୁ ମାନୁନାହାନ୍ତି ଦୋକାନୀ ଓ ଗ୍ରାହକ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ପିପିଲି ସାପ୍ତାହିକ ହାଟକୁ ପିପିଲି ପ୍ରଶାସନ ତରଫରୁ ବନ୍ଦ କରାଯାଇଥିବା ବେଳେ ରାସ୍ତା ପାର୍ଶ୍ବରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ଥିଲା ।

ହେଲେ ଶୁକ୍ରବାର ପିପିଲି ହାଟ ଥିବାରୁ ହାଟ ବନ୍ଦ ଥିବା ସତ୍ତ୍ବେ ରାସ୍ତା କଡରେ ଦୋକାନୀ ଏବଂ ଗ୍ରାହକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା । କେହି ପାଳନ କରିନଥିଲେ ସାମାଜିକ ଦୂରତା ।

କୋରୋନା ନିୟମ ଉଲ୍ଲଂଘନ କରି ଫାଇନ ଭରିଲେ ଅମାନିଆ

ଯେଉଁଭଳି ଲୋକଙ୍କ ଭିଡ ଲାଗି ରହିଛି ଯଦି କେହି ଜଣେ ବି କୋରୋନା ସଂକ୍ରମିତ ଥିବେ ତେବେ ବଡ଼ ସଂଘାତିକ ଅବସ୍ଥା ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପିପିଲି ପୋଲିସ ପକ୍ଷରୁ ସଚେତନତା କରାଯିବା ସହ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ବେଳେ ଛୋଟ ଦୋକାନୀଙ୍କ ଠାରୁ ଫାଇନ ଆଦାୟକୁ ବିରୋଧ କରିଛନ୍ତି ବ୍ୟବସାୟୀ ।

ଖୋଲା ସ୍ଥାନରେ ପ୍ରଶାସନ ବ୍ୟବସାୟ ନେଇ ବ୍ୟବସ୍ଥା କରିବା ପରିବର୍ତ୍ତେ ଛୋଟ ଉଠା ଦୋକାନୀଙ୍କୁ ପୋଲିସ ଫାଇନ କରିବା ଠିକ୍ ନୁହେଁ ବୋଲି ବ୍ୟବସାୟୀ କହିଛନ୍ତି । ଲକଡାଉନ ସମୟରେ ଲୋକଙ୍କ ପାଖରେ ରୋଜଗାର ନଥିବା ବେଳେ ପୋଲିସ ଫାଇନ ଆଦାୟ କରି ଗରିବ ଲୋକଙ୍କୁ ହଇରାଣ କରିବା ଠିକ୍ ନୁହେଁ ବୋଲି ବ୍ୟବସାୟୀ ମତ ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details