ବ୍ରହ୍ମଗିରି:ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ କରି ସମବାୟ ବ୍ୟାଙ୍କରେ ତାଲା ପକାଇବା ସହ ଧାରଣାରେ ବସିଲେ ଶତାଧିକ ଚାଷୀ । ଫଳରେ ସ୍ଥାନୀୟ ଅଞ୍ଚଳରେ ବ୍ୟାଙ୍କ ଅଚଳ ହୋଇଯାଇଛି । ସେପଟେ ବ୍ରହ୍ମଗିରି ବ୍ଲକ ଅଧୀନ ରେବଣା ନୂଆଗାଁ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ।
ସମବାୟ ସମିତିରେ ଦୁର୍ନୀତି ନେଇ ବ୍ୟାଙ୍କ ଆଗରେ ଧାରଣାରତ ଗ୍ରାମବାସୀ
ଚାଷୀଙ୍କୁ ଋଣ ପ୍ରଦାନ ଠାରୁ ଆରମ୍ଭ କରି ଚାଷୀ ମାନଙ୍କୁ ସଠିକ ଭାବେ ପଞ୍ଜିକରଣ କରାଯାଉ ନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ...
ସମବାୟ ସମିତିରେ ଦୁର୍ନୀତି ନେଇ ବ୍ୟାଙ୍କ ଅଗରେ ଧାରଣାରତ ଗ୍ରାମବାସୀ
ଆଉ ଏହାକୁ ପ୍ରତିବାଦ କରି ମିଳିତ କୃଷକ ସଙ୍ଘ ସହିତ ଚାଷୀମାନେ ମିଳିତ ହୋଇ ପୁରୀ-ନିମାପଡା ସମବାୟ ବ୍ୟାଙ୍କ ଅଗରେ ଧାରଣା ଦେଇଛନ୍ତି । ଚାଷୀ ମାନଙ୍କୁ ସଠିକ ପଞ୍ଜିକରଣ ଓ ଚାଷୀଙ୍କୁ ଋଣ ପ୍ରଦାନରେ ଅନିୟମିତତା ହେବା ନେଇ ଅଭିଯୋଗ ହୋଇଛି । ଆଉ ଏହାର ସମାଧାନ ନ ହେବା ପଯ୍ୟନ୍ତ ବ୍ୟାଙ୍କରେ ତାଲା ପଡିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ