ବ୍ରହ୍ମଗିରି: ଫାଇଲିନ କ୍ଷତିଗ୍ରସ୍ତ ସହାୟତା ପାଇଁ ବ୍ଲକ ଘେରାଉ କଲେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ବାସିନ୍ଦା । 2013 ମସିହାରେ ହୋଇଥିବା ଫାଇଲିନ ବାତ୍ୟାରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ବାସଗୃହ ହରାଇଥିବା 3046 ହିତାଧିକାରୀ ପରିବାରକୁ ବିଶ୍ବବ୍ୟାଙ୍କ ସହାୟତାରେ ଆବାସିକ ବାସଗୃହ ନିର୍ମାଣ ପାଇଁ ପୁରୀ ଜିଲ୍ଲାପାଳ ଚିଠି ନଂ 346 ତା 31/01/2018 ରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ଫାଇଲିନ କ୍ଷତିଗ୍ରସ୍ତ ସହାୟତା ପାଇଁ ବ୍ରହ୍ମଗିରି ବ୍ଲକ ଘେରାଉ କଲେ ଗ୍ରାମବାସୀ - ଫାଇଲିନ କ୍ଷତିଗ୍ରସ୍ତ
2013 ମସିହାରେ ହୋଇଥିବା ଫାଇଲିନ ବାତ୍ୟାରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ଏହି କ୍ଷତିଗ୍ରସ୍ତ ସହାୟତା ପାଇଁ ବ୍ଲକ ଘେରାଉ କଲେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ବାସିନ୍ଦା । ଅଧିକ ପଢନ୍ତୁ...
ଫାଇଲିନ କ୍ଷତିଗ୍ରସ୍ତ ପାଇଁ ବ୍ରହ୍ମଗିରି ବ୍ଲକ ଘେରାଉ କଲେ ଗ୍ରାମବାସୀ
କିନ୍ତୁ ଏହାକୁ 2 ବର୍ଷ 8 ମାସ ବିତିଯାଇଥିଲେ ମଧ୍ୟ ଏ ପଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇ ନାହିଁ । ଏନେଇ ସୋମବାର ଦିନ ବ୍ରହ୍ମଗିରି ବ୍ଲକ ଘେରାଉ କରିବା ସହିତ ଏକ 3 ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରିଛନ୍ତି ଗ୍ରାମବାସୀ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ