ଓଡିଶା

odisha

ETV Bharat / state

ଭାର୍ଗବୀ ନଦୀବନ୍ଧରେ ଘାଇ, 62 ମୌଜାବାସୀ ଆତଙ୍କିତ ! - ଭାର୍ଗବୀ ନଦୀବନ୍ଧରେ ଘାଇ

ଭାର୍ଗବୀ ନଦୀବନ୍ଧରେ ବିରାଟ ଘାଇ ହୋଇଛି । ଫଳରେ ଆତଙ୍କିତ ହାେଇ ରହିଛନ୍ତି 62 ମୌଜା ବାସିନ୍ଦା । ଶୁଭ ଦେବାର ୯ବର୍ଷ ବିତିଲାଣି ହେଲେ ନିର୍ମାଣ ହୋଇପାରୁନି ସେତୁ । ପ୍ରତିବର୍ଷ ନଦୀବନ୍ଧ ମରାମତି ନାଁରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ଭାର୍ଗବୀ ନଦୀବନ୍ଧରେ ଘାଇ
ଭାର୍ଗବୀ ନଦୀବନ୍ଧରେ ଘାଇ

By

Published : Jul 26, 2022, 3:58 PM IST

ବ୍ରହ୍ମଗିରି:ଭାର୍ଗବୀ ନଦୀବନ୍ଧରେ ବିରାଟ ଘାଇ ହୋଇଛି । ଫଳରେ ଆତଙ୍କିତ ହାେଇ ରହିଛନ୍ତି 62 ମୌଜା ଲୋକେ । ଲୋକଙ୍କ ଏ ସମସ୍ୟା ଦିଗରେ ସମାଧାନ ବାଟ ନକରି ପ୍ରଶାସନ ନୀରବ ବସିଛି । ବନ୍ୟା ଜଳରେ ଟଳମଳ ହୋଇଛି ଭାର୍ଗବୀ ନଦୀବନ୍ଧ । ଦୁର୍ବଳ ନଦୀ ବନ୍ଧ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏନେଇ 62 ମୌଜା ଲୋକଙ୍କ ଆଖିରୁ ନିଦ ହଜିଯାଇଛି ।

ଭାର୍ଗବୀ ନଦୀବନ୍ଧରେ ଘାଇ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କପିଳେଶ୍ୱରପୁର ପଞ୍ଚାୟତର ତିନିକୁଦି ଗ୍ରାମ ନିକଟରେ 2013 ମସିହାରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ସେତୁ ନିର୍ମାଣକୁ 9 ବର୍ଷ ବିତି ଯାଇଥିଲେ ମଧ୍ୟ କେବଳ ଗୋଟିଏ ଖୁଣ୍ଟରେ ସୀମିତ ଅଛି କାମ । 9 ବର୍ଷ ମଧ୍ୟରେ ଏକାଧିକ ଠିକାଦାର ଆସି ଫେରିଲେଣି । ସେତୁ ନିର୍ମାଣ ପାଇଁ ନିଦୀବନ୍ଧ ମୁଖ୍ୟ ରାସ୍ତାକୁ କଟା ଯାଇ ଏକ କଚାବନ୍ଧ କରାଯାଇଛି । ପ୍ରତିବର୍ଷ ବର୍ଷା ଦିନେ ବନ୍ୟାଜଳ ନଦୀରେ ଆସିଲେ ସେହି ଦୁର୍ବଳ କଚାବନ୍ଧରେ ଘାଇ ସୃଷ୍ଟି ହୋଇଥାଏ । ଏଥିଯୋଗୁଁ ବର୍ଷାଦିନ ଆସିଲେ ଆତଙ୍କିତ ହୋଇପଡନ୍ତି 62 ମୌଜା ବାସିନ୍ଦା । ସେପଟେ ସେତୁ ନିର୍ମାଣ କରାନଯାଇ ପ୍ରତିବର୍ଷ ନଦୀବନ୍ଧ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ଆସିବା ଫଳରେ ତିନିକୁଦି ଗ୍ରାମ ଠାରେ ସେହି ଦୁର୍ବଳ କଚାବନ୍ଧ ଦେଇ 2 ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସମ୍ପଦ ବିଭାଗ କିମ୍ବା ଆରଡି ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ନିଜ ଉଦ୍ୟମରେ ବାଲିବସ୍ତା ପକାଇ ଘାଇ ବନ୍ଦ କରୁଛନ୍ତି । ଏପରିକି ଗାଁ ଲୋକେ ରାତିରେ ଉଜାଗର ରହି ନଦୀବନ୍ଧକୁ ଜଗି ରହିଛନ୍ତି । ଜିଲ୍ଲା ପ୍ରଶାସନ ନଦୀବନ୍ଧ ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

ABOUT THE AUTHOR

...view details