ପୁରୀ:ଖାଲି ନାଁକୁ ଗାଁ କୁ ଚାଲ ଗାଁକୁ ଗଢ ସରକାରଙ୍କ ବିକାଶ ମୁଖି ଯୋଜନା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ରାସ୍ତା ନିର୍ମାଣ ଓ କଲ୍ୟାଣକାରୀ ଯୋଜନା ଆଜି ବି ଗାଁ ଲୋକଙ୍କ ପାଇଁ ସାତସ୍ବପ୍ନ ବୋଲ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସବୁ ଗାଁକୁ ପକ୍କା ରାସ୍ତା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି ବଦ୍ଧ । ହେଲେ ଏହା କେବଳ ସ୍ଲୋଗାନରେ ସୀମିତି । ଏହାର ଅନେକ ଉଦାହରଣ ରହିଛି । ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ପୁରୀ ଗୋପ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତର ବାହାନା ବାଲିସାହିର ଗ୍ରାମବାସୀ ।
ଗ୍ରାମର ମହିଳା, ଛାତ୍ରଛାତ୍ରୀ ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗୋପ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁକୁ ରାସ୍ତାଟିଏ ନଥିବା ହେତୁ ଲୋକମାନେ ଯାତାୟାତରେ ଘୋର ଅସୁବିଧା ଭୋଗୁଛନ୍ତି । କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ । ରୋଗୀଙ୍କୁ ଅତି ଦୟନୀୟ ଭାବେ ଟେକି ଟେକି ଆମ୍ବୁଲାନ୍ସ ଯାଏ ନିଆଯାଉଥିବା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।