ଓଡିଶା

odisha

By

Published : Nov 26, 2021, 10:46 PM IST

ETV Bharat / state

Farm laws Repealed: ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଜୟ ଦିବସ

ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ଆଜି ବିଜୟ ଦିବସ ପାଳନ କରାଯାଇଛି। ଅଧିକ ପଢନ୍ତୁ

କୃଷି ଆଇନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଜୟ ଦିବସ
କୃଷି ଆଇନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଜୟ ଦିବସ

ପୁରୀ: ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ଆଜି ବିଜୟ ଦିବସ ପାଳନ କରାଯାଇଛି । କେନ୍ଦ୍ର ସରକାର ବିରୋଧିଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କଳା କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିବା ହେତୁ ଏହାକୁ ବିଜୟ ଦିବସ ଭାବେ କୃଷକ ସଙ୍ଗଠନ ମାନେ ପାଳନ କରୁଛନ୍ତି।

କୃଷି ଆଇନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଜୟ ଦିବସ

ତେବେ କେବଳ କୃଷି ଆଇନ ନୁହେଁ ନୂଆ ଶ୍ରମିକ ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର ନକଲେ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ କୁହାଯାଇଛି । ସେହିପରି MSP ଆଇନ କାର୍ଯ୍ୟକାରୀ, ଲକ୍ଷ୍ମୀପୁରଖେରି କୃଷକ ଗଣହତ୍ୟାର ନିରପେକ୍ଷ ତଦନ୍ତ ଦାବି ମଧ୍ୟ କରାଯାଇଛି । ପୁରୀରେ ଥିବା ବିଭିନ୍ନ ବାମଦଳର ପ୍ରମୁଖ ନେତା ଶ୍ରୀକାନ୍ତ ପରିଜା, ଶରତ ରାୟଗୁରୁ, ଜଗନ୍ନାଥ ଦେଓ ପ୍ରମୂଖଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ 26 ନଭେମ୍ବରକୁ ବିଜୟ ଦିବସ ଭାବେ ମିଳିତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ପାଳନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details