ପୁରୀ: ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି(ମଙ୍ଗଳବାର) କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।
ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କିରାଣୀ - ପୁରୀରେ ଭିଜିଲାନ୍ସ ଚଢାଉ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଅଧିକ ପଢନ୍ତୁ...
ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କିରାଣୀ
ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କିରାଣୀ
ତେବେ କୃଷ୍ଣଚନ୍ଦ୍ରଙ୍କ ଶ୍ରୀଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ ଭୁବନେଶ୍ୱରର ନୂଆ ଗାଁରେ ଥିବା ଘରେ ଚଢାଉ କରିଛି ଭିଜିଲାନ୍ସ । ପୁରୀ ଭିଜିଲାନ୍ସର ତିନୋଟି ଟିମ ଆଜି ସକାଳୁ କୃଷ୍ଣଚନ୍ଦ୍ରଙ୍କ ଘରେ ଚଢାଉ କରିଛି । ତାଙ୍କ ନାମରେ ଛତୁଆ ଦୁର୍ନୀତି ମାମଲା ନେଇ ଅଭିଯୋଗ ହୋଇଥିଲା । ଏଥିସହ ଶିଶୁ ବିକାଶ କାର୍ଯ୍ୟରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତି ଠୁଳ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଭିତ୍ତିକରି ଭିଜିଲାନ୍ସ ଚଢାଉ ଜାରି ରଖିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Aug 10, 2021, 11:32 AM IST