ପୁରୀ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଧରାପଡିଲେ ଅବକାରୀ ବିଭାଗର ଇନ୍ସପେକ୍ଟର(Puri Mobile Excise Squad Inspector) । ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ(Sanjaya Kumar Panda ) ଗିରଫ କରିଛି ଭିଜିଲାନ୍ସ ବିଭାଗ ।
ସୂଚନାଅନୁସାରେ, ଅବକାରୀ ମାମଲାରେ କେସ୍ ଡାଏରୀ ଦାଖଲକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ସଞ୍ଜୟଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଦୁଇଟି ସ୍ଥାନରେ ଚଢ଼ାଉ କରିଛି । ସଞ୍ଜୟଙ୍କ କାର୍ଯ୍ୟାଳୟ ଓ ଯାଜପୁର ଜିଲ୍ଲା କୁଆଖାଇ ଥାନା କୋଳଥିଆ ଗ୍ରାମରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢାଉ କରାଯାଇଥିଲା । ତେବେ ଗତକାଲି ସଞ୍ଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ରହିଛି ଅନେକ ବିଜୟ ଓ କାଳଜୟୀ କାହାଣୀ: ଅନୁରାଗ ଠାକୁର
ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଏବଂ ଜିଲ୍ଲା ପୋଲିସ ଲାଞ୍ଚ ନେଇ ଚୋରା ମଦ ବ୍ୟବସାୟଙ୍କୁ ଘଣ୍ଟ ଘୋଡାଉଥିବା ନେଇ ଗଣମାଧ୍ୟମରେ ଗତ କିଛି ଦିନ ତଳେ ସଞ୍ଜୟ ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଲାଞ୍ଚ ନେବା ଅଭିଯୋଗରେ ଅବକାରୀ ଇନ୍ସପେକ୍ଟର ଭିଜିଲାନ୍ସ ହାତରେ ଗିରଫ ହେବା ପରେ ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି।