ପୁରୀ: ରୋଗୀ ସେବା ନାଁରେ ଆର୍ଥିକ ଶୋଷଣ । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ମଗାଯାଉଛି ଲାଞ୍ଚ। ପୁରୀ ବଡ ମେଡିକାଲରେ ଚିକିତ୍ସା ନାଁରେ ରୋଗୀଙ୍କ ଠାରୁ ଲାଞ୍ଚ ମାଗୁଥିବା ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସ୍ବାସ୍ଥ୍ୟସେବା ଆଳରେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି ମେଡ଼ିକାଲ କର୍ମଚାରୀ । ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଭଳି ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି । ସଂଗ୍ରାମ ପରିଡା ନାମକ ଜଣେ ବ୍ୟକ୍ତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନିଜ ସମ୍ପର୍କୀୟଙ୍କ ପ୍ରସୂତି ପାଇଁ ସେ ଏଭଳି ଅର୍ଥ ଦେଇଥିବା ଅଭିଯୋଗ କରିଛନ୍ତି । ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ଆଦି କହି ଏହି ଟଙ୍କା ନେଇଛନ୍ତି ମେଡିକାଲ କର୍ମଚାରୀ ।