ଓଡିଶା

odisha

ETV Bharat / state

ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ଅଧରାତିରେ ଭେଟିଲେ ପୋଲିସ, ଭିଡିଓ ଭାଇରାଲ - ଭିଡିଓ ଭାଇରାଲ

ପୁରୀ ହାଜତ ମୃତ୍ୟୁ ମାମଲାରେ ମୃତକ କେ.ରମେଶଙ୍କ ପରିବାରକୁ ପ୍ରଲୋଭନ ଦେଉଛନ୍ତି ପୁରୀର ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

video viral on puri hajat death case
ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ରାତି ଅଧରେ ଭେଟିଲେ ପୋଲିସ ଅଧିକାରୀ, ଭିଡିଓ ଭାଇରାଲ

By

Published : Nov 23, 2020, 10:35 AM IST

ପୁରୀ: ହାଜତ ମୃତ୍ୟୁ ମାମଲା ଏବେ ଜଟିଳ ହେବାରେ ଲାଗିଛି । ଏକ ମୋବାଇଲ ଭିଡିଓରେ ମୃତକ କେ.ରମେଶଙ୍କ ପରିବାରକୁ ପ୍ରଲୋଭନ ଦେଉଛନ୍ତି ପୁରୀର ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ଜେ କେ ଦେହୁରୀ | ଯିଏ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋମ ଗାର୍ଡ ଭାବେ ପୁରୀରେ କାର୍ଯ୍ୟରତ ।

ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ରାତି ଅଧରେ ଭେଟିଲେ ପୋଲିସ ଅଧିକାରୀ, ଭିଡିଓ ଭାଇରାଲ

ଗତକାଲି(ରବିବାର) ରାତି ଅଧରେ ମୃତକଙ୍କ ଦାଦା କେ ଆର୍ଯ୍ୟାଙ୍କୁ ତାଙ୍କ ଘରେ ଛାଡିଥିବା ବେଳେ ତାଙ୍କ ପରିବାରକୁ ଦେଇଛନ୍ତି ଅଜସ୍ର ପ୍ରତିଶୃତି । ଜମି ଯାଗା ମିଳିବ, କ୍ଷତିପୂରଣ ଦିଆଯିବ ଏପରିକି ପେନସନ ମଧ୍ୟ କରାଇଦେବା ପାଇଁ ମିଛ ପ୍ରତିଶୃତି ମଧ୍ୟ ଦିଆଯାଇଛି । ତେବେ ଏହି ପୋଲିସ ଅଧିକାରୀ ଜଣଙ୍କ ଡ଼ିଆଇଜିଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବା ବେଳେ ହାଜତ ମୃତ୍ୟୁ ମାମଲାରେ ପରିବାର ସଦସ୍ୟଙ୍କୁ ଏଭଳି ପ୍ରଲୋଭନ ଦେଇ ଘଟଣାକୁ ଚପେଇ ଦେବାପାଇଁ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି ।

ତେବେ ସମ୍ପୃକ୍ତ ଅଧିକାରୀ ଜେ କେ ଦେହୁରୀ, ମୃତକଙ୍କ ପରିବାର ସହ ଆଲୋଚନା କରୁଥିବାର ଏହି ଭିଡିଓ ଭାଇରାଲ ହେବା ପରେ ସେ କାହିଁକି ରାତି ଅଧରେ ଉକ୍ତ ପରିବାରକୁ ଭେଟିଲେ ସେ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହାକୁ ନେଇ ପୁରୀରେ ଉତ୍ତେଜନା ବି ଦେଖାଦେଇଥିଲା ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details