ପୁରୀ:ଶ୍ରୀମନ୍ଦିର ସିଂହ ସମ୍ମୁଖରେ ଆଧୁନିକ ଗୀତରେ ନାଚି ହଟହଟା ଯୁବତୀ । ଏହି ଡାନ୍ସର ଭିଡ଼ିଓ ଭାଇରାଲ ହେବା ପରେ ଜଗନ୍ନାଥପ୍ରେମୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଯୁବତୀଙ୍କ ଏହି କାର୍ଯ୍ୟ ଦ୍ବାରା ବଡ଼ଦାଣ୍ଡର ପବିତ୍ରତା କ୍ଷୁର୍ଣ୍ଣ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ବଡ଼ ଦାଣ୍ଡ ଭଳି ପବିତ୍ର ସ୍ଥାନରେ ଯେଉଁଠି ଓଡ଼ିଶାର ପରମ୍ପରା ଓଡିଶୀ ନୃତ୍ୟ ପରିବେଷଣ ହୁଏ ସେଠାରେ ଜଣେ ଯୁବତୀ ଆଧୁନିକ ଗୀତ ତାଳରେ ନୃତ୍ୟ କରିବା ଜଗନ୍ନାଥ ପ୍ରେମୀଙ୍କୁ ବେଶ ଦୁଃଖିତ କରିଛି । ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଏଭଳି ଆଧୁନିକ ନୃତ୍ୟକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କେତେକ ମଧ୍ୟ ମଠ ମନ୍ଦିର ଭଙ୍ଗା ଯାଇ ଏଥିପାଇଁ ଐତିହ୍ୟ କରିଡର କରାଯାଇଥିଲା କି ରାଜ୍ୟ ସରକାରଙ୍କୁ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି ଟ୍ବିଟର ୟୁଜର୍ସ ।