ଓଡିଶା

odisha

ETV Bharat / state

ବଳଙ୍ଗା ଥାନା ASIଙ୍କ ଦୁଷ୍କର୍ମ ଘଟଣା, ଏସପିଙ୍କ ଅଭିଯୋଗକୁ ଖଣ୍ଡନ କଲେ ପୀଡିତା - ମାଜିଷ୍ଟ୍ରେଟଙ୍କ ସାମନାରେ ବୟାନ ବଦଳାଇଲେ ପୀଡିତା

ବଳଙ୍ଗା ଥାନା ASIଙ୍କ ଦୁଷ୍କର୍ମ ଘଟଣାରେ ମାଜିଷ୍ଟ୍ରେଟଙ୍କ ସାମନାରେ ବୟାନ ବଦଳାଇଲେ ପୀଡିତା । ସୂଚନା ଦେଲେ ପୁରୀ ଏସପି ଉମାଶଙ୍କର ଦାସ । ସେପଟେ ଏସପିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୀଡିତା ।

Victim called sp's statement false
ବଳଙ୍ଗା ଥାନା ASIଙ୍କ ଦୁଷ୍କର୍ମ ଘଟଣା, ଏସପିଙ୍କ ଅଭିଯୋଗକୁ ଖଣ୍ଡନ କଲେ ପୀଡିତା

By

Published : Jan 5, 2020, 11:27 AM IST

ପୁରୀ: ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ମାମଲାରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡିତାଙ୍କ ବୟାନ ରେକର୍ଡ ପରେ ଘଟଣା ନୂଆ ମୋଡ ନେଇଛି । ଏତଲା କପିରେ ପୀଡିତା ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଲେଖିଥିବାବେଳେ ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ କିଛି ଭିନ୍ନ ବୟାନ ଦେଇଛନ୍ତି । ଯଦ୍ବାରା ତାଙ୍କ କଥାରେ କୌଣସି ତାଳମେଳ ରହୁନଥିବା କହିଛନ୍ତି ପୁରୀ ଏସପି ।

ଶନିବାର ପୀଡିତାଙ୍କ ବୟାନ 164 ଧାରାରେ ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ଦୁଷ୍କର୍ମ ହୋଇନଥିବା ନେଇ ବୟାନ ଦେଇଥିବା କଥା କହିଛନ୍ତି ପୁରୀ ଏସପି । ସେପଟେ ଏସପିଙ୍କ କଥାକୁ ଖଣ୍ଡନ କରିଛନ୍ତି ନିଜେ ପୀଡିତା । ତାଙ୍କୁ ଦୁଷ୍କର୍ମ ହୋଇଥିବା କଥା କହିଛନ୍ତି । ସେ ନିଜ ଅଭିଯୋଗରେ ଯାହା ଲେଖିଥିଲେ ସମାନ ବୟାନ ମାଜିଷ୍ଟ୍ରେଟଙ୍କ ସାମନାରେ ଦେଇଥିଲେ । ପୁରୀ ଏସପି ଉମାଶଙ୍କର ଦାସ ମିଛ କହୁଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ପୁରୀ ଏସପି ପୀଡିତାଙ୍କ ନାଁରେ କାହିଁକି ମିଛ କଥା କହୁଛନ୍ତି ସେ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି ହେବା ସହ ମାମଲାଟି ପୁଣି ରହସ୍ୟଘେରକୁ ଚାଲିଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details