ଓଡିଶା

odisha

ETV Bharat / state

ଅଠରନଳା ରହିବ ଅକ୍ଷୟ, ଯାନବାହାନ ଚଳାଚଳ ନିଷେଧ କଲା ପ୍ରଶାସନ - ଅସୁରକ୍ଷିତ ଅଠର ନଳା

ପୁରୀ ଜିଲ୍ଲାରେ ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ଅଠରନଳା ଆଜି ଅସୁରକ୍ଷିତ ହୋଇପଡିଛି । ଯାହାକୁ ନେଇ ପୋଲ ଉପରେ ଯାତାୟତ ନ କରିବାକୁ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଅଧିକ ପଢନ୍ତୁ...

ଅସୁରକ୍ଷିତ ଅଠର ନଳା, ଯାନ ବାହାନ ଚଳାଚଳ ନିଷିଦ୍ଧ
ଅସୁରକ୍ଷିତ ଅଠର ନଳା, ଯାନ ବାହାନ ଚଳାଚଳ ନିଷିଦ୍ଧ

By

Published : Dec 24, 2020, 12:38 PM IST

Updated : Dec 24, 2020, 2:01 PM IST

ପୁରୀ: ବିପଦରେ ଐତିହାସିକ ଅଠର ନଳା । ଶ୍ରୀମନ୍ଦିର ଇତିହାସ ସହ ଜଡିତ ଅଠର ନଳା ସେତୁ ଏବେ ଅସୁରକ୍ଷିତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ପୌର ପ୍ରଶାସନ ପକ୍ଷରୁ ଆଜି (ଗୁରୁବାର) ଠାରୁ ଏହା ଉପରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ହୋଇଛି।

ଅଠରନଳା ରହିବ ଅକ୍ଷୟ, ଯାନବାହାନ ଚଳାଚଳ ନିଷେଧ କଲା ପ୍ରଶାସନ

ଆଜି (ଗୁରୁବାର) ଠାରୁ କୌଣସି ଦୁଇ ଚକିଆ ଓ 3 ଚକିଆ ଯାନ ଯାଇପାରିବି ନାହିଁ । ପୂର୍ବରୁ ଏହି ପୋଲ ଉପରେ ଭାରି ଯାନ ଚଳାଚଳ ନିଷିଦ୍ଧ କରାଯାଇଛି। ଅଠରନଳା ବ୍ରିଜ ରକ୍ଷଣାବେକ୍ଷଣ ଦାୟିତ୍ତ୍ବ ଏଏସଆଇ ନେଇଛି। ସ୍ବତନ୍ତ୍ର ଭାବେ ସମ୍ପୂର୍ଣ୍ଣ ପଥରରେ ତିଆରି ଏହି ବ୍ରିଜ ଅନେକ ଐତିହ ବହନ କରୁଛି। କେବଳ ପଥର ଉପରେ ଏହି ବ୍ରିଜ ରଖାଯାଇଛି।

ମୂଷା ନଇ ଉପରେ ଥିବା ଏହି ବ୍ରିଜରେ 18ଟି ନାଳ ଥିବାରୁ ଏହାକୁ ଅଠର ନଳା ଆଖ୍ୟା ଦିଆଯାଇଛି। ଏହି ବ୍ରିଜର ଲମ୍ବ 85.5ମିଟର ହୋଇଥିବାବେଳେ ଓସାର 12 ମିଟର ଓ ଉଚ୍ଚତା 6.3 ମିଟର ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 24, 2020, 2:01 PM IST

ABOUT THE AUTHOR

...view details