ଓଡିଶା

odisha

ETV Bharat / state

Vande Bharat Trial Run: ପୁରୀ-ରାଉରକେଲା ମଧ୍ଯରେ ବନ୍ଦେ ଭାରତର ଦ୍ୱିତୀୟ ଟ୍ରାଏଲ ରନ୍ - ପୁରୀ ନ୍ୟୁଜ

ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେଲା ଦ୍ୱିତୀୟ ଟ୍ରାଏଲ ରନ୍ । ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ । ସେମି ହାଇସ୍ପିଡ୍ ଟ୍ରେନ୍‌ରେ ରହିଛି ୮ଟି କୋଚ୍ । ଅଧିକ ପଢନ୍ତୁ

Vande Bharat Trial Run
Vande Bharat Trial Run

By ETV Bharat Odisha Team

Published : Sep 20, 2023, 2:58 PM IST

Vande Bharat Trial Run

ପୁରୀ: ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଛି । ଉଦଘାଟନ ପୂର୍ବରୁ ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ହୋଇଛି । ଏହି ସେମି ହାଇସ୍ପିଡ୍ ଟ୍ରେନ୍‌ରେ ୮ଟି କୋଚ୍ ରହିଛି । ଆଜି ସକାଳ ୫ଟାରେ ପୁରୀରୁ ବାହାରିଥିବା ବେଳେ ଏହା ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହାପରେ ୨ ଟା ୧୦ରେ ରାଉରକେଲାରୁ ବାହାରି ୯ ଟା ୪୦ରେ ପୁରୀରେ ପହଞ୍ଚିବ ।

ତେବେ ଟ୍ରାଏଲ ରନ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ,କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ,ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନରେ ୨ମିନିଟ ଲେଖାଏଁ ରହିବ । କେବଳ ଭୁବନେଶ୍ୱରରେ ୫ମିନିଟ ରହିବ ଏକ୍ସପ୍ରେସ ଟ୍ରେନ । ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ । ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ସେମି ହାଇସ୍ପିଡ ଟ୍ରେନଟି ପୁରୀରୁ ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ସେତେବେଳେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ କେତେକ ଦାବି ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦ । ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡ଼ିବାକୁ ଯାଉଛି । ପୂର୍ବରୁ ଗତ ସେପ୍ଟେମ୍ବର ୧୧ରେ ପୁରୀରୁ ତାଳଚେର ପର୍ଯ୍ୟନ୍ତ ଟ୍ରାଏଲ ରନ ନେଇଥିଲା ରାଜ୍ୟରେ ଗଡ଼ିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ।

ଏହା ମଧ୍ୟ ପଢନ୍ତୁ- Vande Bharat Trial Run: ଓଡିଶାକୁ ମିଳିବ ଦ୍ବିତୀୟ ବନ୍ଦେ ଭାରତ, ପୁରୀରୁ ଟ୍ରାଏଲ ରନ ଆରମ୍ଭ

ବନ୍ଦେ ଭାରତ ଟ୍ରେନ୍ ରେଳଯାତ୍ରୀଙ୍କୁ ଆରାମ ଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରୁଛି । ଏହା ପର୍ଯ୍ୟଟନକୁ ବୃଦ୍ଧି କରିବା ସହ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ବନ୍ଦେ ଭାରତ ଟ୍ରେନ୍ ପାଖାପାଖି 500 କିଲୋମିଟର ଦୂରତା ସାଢ଼େ 6 ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରଖିଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି, ଏଥିସହ ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଣ୍ଟ ।

ତେବେ ସେପ୍ଟେମ୍ବର 30 ତାରିଖରେ ଓଡିଶାରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details