ପୁରୀ:ବାଲୁକା ଚିତ୍ରକଳାରେ ଉତ୍କଳ ଦିବସର ଶୁଭେଚ୍ଛା । ଏପ୍ରିଲ 1 ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ବାଲୁକା କଳାରେ ଉତ୍କଳ ଦିବସ ଶୁଭେଚ୍ଛା - ଉତ୍କଳ ଦିବସ
ଏପ୍ରିଲ 1 ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଅଧିକ ପଢନ୍ତୁ...

ବାଲୁକା ଚିତ୍ରକଳାରେ ଉତ୍କଳ ଦିବସର ଶୁଭେଚ୍ଛା
ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜ ଛାତ୍ରଛାତ୍ରୀମାନେ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ସେଥିରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିକୃତି ଏବଂ ଓଡିଶାର କଳା ସଂସ୍କୃତିର ଝଲକ ବାଲୁକା ଚିତ୍ରକଳାରେ ସ୍ଥାନ ଦେଇଛନ୍ତି । ପ୍ରତ୍ୟେକ ଓଡ଼ିଆ ଓଡ଼ିଶାରର ବିକାଶ ନେଇ ଆଗେଇ ଆସିବା ସହ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନେଇ ଉଦ୍ୟମ ଅବ୍ୟାହତ ରଖିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ