ପୁରୀ: ଆଜି ଉତ୍କଳ ଦିବସ । 1936 ମସିହା ଅପ୍ରେଲ 1 ତାରିଖରେ ଓଡିଶା ବ୍ରିଟିଶ ଶାସନ ସମୟରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲା। ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ନେଇଥିବା ମହାନ କର୍ଣ୍ଣଧାର ମାନଙ୍କୁ ମନେ ପକାଇବା ପାଇଁ ଆଜି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ତେବେ ମହାମାରୀ କୋରୋନା ନେଇ ରାଜ୍ୟ ସରକାରଙ୍କ ସାମାଜିକ ଦୂରତ୍ୱ କଟକଣା ପରେ ସମସ୍ତ ସଭା ସମିତି ବାତିଲ ହୋଇଛି । ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବିକ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଆଗରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ସମ୍ମାନ ଅର୍ପଣ କରାଯାଇଛି।