ଓଡିଶା

odisha

ETV Bharat / state

ବାଲୁକା କଳାରେ ଶାନ୍ତି ଓ ଅହିଂସାର ବାର୍ତ୍ତା - US CAITOL HILL VIOLENCE

ୱାଶିଂଟନ ହିଂସାକୁ ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରିଛନ୍ତି । ଯେଉଁଥିରେ ଶାନ୍ତି ଓ ଅହିଂସାର ବାର୍ତ୍ତା ରହିଥିବା ଯୋଡ଼ା କପୋତ ପ୍ରତିକୃତି ଥିବାବେଳେ ଆମେରିକା ଜାତୀୟ ପତାକା ଓ ସାଂସଦ ଭବନ ରହିଛି । ଅଧିକ ପଢନ୍ତୁ:

ବଲୁକା ଚିତ୍ରକଳାରେ ଶାନ୍ତି ଓ ଅହିଂସାର ବାର୍ତ୍ତା
ବଲୁକା ଚିତ୍ରକଳାରେ ଶାନ୍ତି ଓ ଅହିଂସାର ବାର୍ତ୍ତା

By

Published : Jan 9, 2021, 11:34 AM IST

ପୁରୀ: ୱାଶିଂଟନ ହିଂସାକୁ ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେ ଶାନ୍ତି ଓ ଅହିଂସାର ବାର୍ତ୍ତା ରହିଥିବା ଯୋଡ଼ା କପୋତ ପ୍ରତିକୃତି ଥିବାବେଳେ ଆମେରିକା ଜାତୀୟ ପତାକା ଓ ସାଂସଦ ଭବନ ରହିଛି। ଗଣତନ୍ତ୍ରରେ ହିଂସା ନୁହେଁ ବରଂ ଶାନ୍ତିର ସ୍ଥାନ ଥାଏ ବୋଲି ସୁଦର୍ଶନ ତାଙ୍କ ବାଲୁକା ଚିତ୍ର କଳାରେ ସାରା ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ।

ବଲୁକା ଚିତ୍ରକଳାରେ ଶାନ୍ତି ଓ ଅହିଂସାର ବାର୍ତ୍ତା

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିବା ଡୋନାଲ ଟ୍ରମ୍ପଙ୍କ ସମର୍ଥକ ବ୍ୟାପକ ହିଂସାକାଣ୍ଡ କରିଛନ୍ତି। ଆମେରିକା ସାଂସଦ ଭବନକୁ ଦଖଲ କରିବାକୁ ଉଦ୍ୟମ କରିବା ସହ ପୋଲିସ ସହିତ ହିଂସାକାଣ୍ଡ ଭିଆଇଛନ୍ତି । ଯାହାକୁ ନେଇ ସାରା ବିଶ୍ବ ସ୍ତବ୍ଧ ହୋଇ ଥିବାବେଳେ ଆମେରିକା ଭଳି ଏକ ପୁରୁଣା ଗଣତାନ୍ତ୍ରିକ ଦେଶରେ କ୍ଷମତା ହସ୍ତାନ୍ତରକୁ ନେଇ ଏଭଳି ହିଂସାକାଣ୍ଡକୁ ନେଇ ସାରା ବିଶ୍ବରେ ନିନ୍ଦା କରାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details