ଓଡିଶା

odisha

ETV Bharat / state

ଅନଲକ 4.0: ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଦାବି - ପୁରୀ ଖବର

କେନ୍ଦ୍ର ସରକାର ଅନଲକ-4ରେ ଅନେକ କଟକଣା କୋହଳ କରିଥିବାବେଳେ ରାଜ୍ୟରେ ମଧ୍ୟ କଟକଣା କୋହଳ ହୋଇଛି । ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀକୁ ପର୍ଯ୍ୟଟକ ଆସିବା ନେଇ ଥିବା କଟକଣା ରାଜ୍ୟ ସରକାର ଉଠାଇ ନେଇଛନ୍ତି । ଏଣୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସବୁ ନିୟମକୁ ଅନୁକରଣ କରାଯାଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା କୋହଳ କରିବାକୁ ଦାବି ଜୋର ଧରିବାରେ ଲାଗିଛି । ଅଧିକ ପଢନ୍ତୁ...

ଅନଲକ 4.0: ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଦାବି
ଅନଲକ 4.0: ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଦାବି

By

Published : Sep 5, 2020, 7:41 PM IST

ପୁରୀ: କେନ୍ଦ୍ର ସରକାର ଅନଲକ-4ରେ ଅନେକ କଟକଣା କୋହଳ କରିଥିବାବେଳେ ରାଜ୍ୟରେ ମଧ୍ୟ କଟକଣା କୋହଳ ହୋଇଛି । ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀକୁ ପର୍ଯ୍ୟଟକ ଆସିବା ନେଇ ଥିବା କଟକଣା ରାଜ୍ୟ ସରକାର ଉଠାଇ ନେଇଛନ୍ତି ।

ପୁରୀରେ ହୋଟେଲ ମଧ୍ୟ ଖୋଲିଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ତେବେ ଶ୍ରୀମନ୍ଦିର ଏ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବେଶ କଟକଣା ଥିବାରୁ ପୁରୀକୁ ପର୍ଯ୍ୟଟକ ଆସିବା ନେଇ ଆଶଙ୍କା ରହିଛି । ଏଣୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସବୁ ନିୟମକୁ ଅନୁକରଣ କରାଯାଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା କୋହଳ କରିବାକୁ ଦାବି ଜୋର ଧରିବାରେ ଲାଗିଛି ।

ଅନଲକ 4.0: ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଦାବି

ସେବାୟତ , ଭକ୍ତ ଓ ପୁରୀ ବାସିନ୍ଦା ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ନେଇ ଦାବି ରଖିଛନ୍ତି । ପୁରୀ ସହର ଲକଡାଉନ ଯୋଗୁ ଏହାର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ବଡ଼ ଦୁଃଖ କଷ୍ଟରେ ଲୋକ ଅଛନ୍ତି । କାରଣ ଶ୍ରୀମନ୍ଦିର ଉପରେ ପୁରୀବାସୀଙ୍କ ଜୀବିକା ନିର୍ଭର କରେ । ଯାତ୍ରୀ, ଭକ୍ତ, ପର୍ଯ୍ୟଟକ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏହାଦ୍ୱାରା ଦୁଇ ପଇସା ରୋଜଗାର କରି ଅନେକ ଲୋକ ନିଜ ପରିବାର ଚଳାନ୍ତି । ଏଣୁ ଏସବୁ ବିଷୟକୁ ବିଚାର ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦେବାକୁ ଦାବି କରିଛନ୍ତି ସେବାୟତ ଓ ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details