I
ପୁରୀ: ଶାରଦୀୟ ଦୁର୍ଗା ପୂଜାକୁ ଶ୍ରୀକ୍ଷେତ୍ରରେ ଗୋଶାଣୀ ଯାତ୍ରା ପୂଜା ପାଳନ କରାଯାଏ । ଆଉ ଏହି ସମୟରେ ଏଠାକାର ନିଆରା ପରମ୍ପରା ହେଉଛି ନାଗା ମୂର୍ତ୍ତି ପୂଜା । 14 ଫୁଟ ବିଶାଳ ନାଗା ମୂର୍ତ୍ତି କୁ ବିଭିନ୍ନ ସାହି ତଥା ଜାଗା ଆଖଡା ପକ୍ଷରୁ ପୂଜା କରାଯାଏ ।
ଶାରଦୀୟରେ ଶ୍ରୀକ୍ଷେତ୍ରରେ ଚାଲିଛି ନାଗା ପୂଜା ଶହ ଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ପୌରୁଷ ଓ ବିରତ୍ବର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜା ଅବସରରେ ନାଗାମୂର୍ତ୍ତି ପୂଜା ଓ ଆବାହନ କରାଯାଏ । ତେବେ ଏବେ କୋଭିଡ କଟକଣା ଲାଗିଥିବାରୁ ଏଥର ପୂଜା ଯଦିଓ ଜାକଜକମରେ ହେବ ନାହିଁ କିନ୍ତୁ ପୂଜା ବିଧି ଅନୁଯାୟୀ ନିରାଡମ୍ବର ଭାବେ କରାଯିବ ।
ତେବେ ଏହାର ଇତିହାସ ଅଵଲୋକନ କଲେ ଜଣାଯାଏ, ପୂର୍ବରୁ ଶ୍ରୀକ୍ଷେତ୍ର ଏବଂ ଶ୍ରୀମନ୍ଦିରକୁ ନାଗା ସାଧୁ ମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଉଥିଲେ। । ସେମାନେ ଅତ୍ୟନ୍ତ ବୀର ଥିଲେ । ଯୁଦ୍ଧ ବିଦ୍ୟା ରେ ନିପୁଣ ଥିଲେ। ପରବର୍ତ୍ତୀ ସମୟରେ ନାଗା ସାଧୁ ଙ୍କ ବିରତ୍ବ କୁ ଦେଖି ସେବାୟତ ମାନେ ନିଜ କୁ ସେଭଳି ପ୍ରସ୍ତୁତ କଲେ । ଜାଗା ଆଖଡା ଘର ରେ ସେବାୟତ ଯୁବକ ମାନେ କୁସ୍ତି , ମଲ୍ଲ ଯୁଦ୍ଧ ଶିକ୍ଷା କରି ଶ୍ରୀକ୍ଷେତ୍ର କୁ ସୁରକ୍ଷା ଦେଲେ । ତେବେ ନାଗା ସାଧୁଙ୍କ ବିରତ୍ବର ଗାଥା କୁ ଲୋକଙ୍କ ମଧ୍ୟରେ ସ୍ମରଣୀୟ ରଖିବା ପାଇଁ ଶହ ଶହ ବର୍ଷ ହେବ ଦୁର୍ଗା ପୂଜା ତଥା ଗୋଶାଣୀ ପୂଜା ସମୟ ରେ ବିଶାଳ ନାଗା ମୂର୍ତ୍ତି ପୂଜା କରାଯାଏ ।
ନାଗା ମୂର୍ତ୍ତିରେ ତାଟି , ଏରାପକ୍ଷୀ, ହାଣ୍ଡିଆ , ଛୁରୀ , ବାଘ ଛାଲ , ଢାଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ କରାଯାଇ ପୂଜା କରାଯାଏ । ତେବେ ଚଳିତ ବର୍ଷର କୋଭିଡ କଟକଣା ହେତୁ ଅନେକ ସ୍ଥାନରେ 14 ଫୁଟ ବିଶାଳ ମୂର୍ତ୍ତି ପରିବର୍ତ୍ତେ 4 ଫୁଟ ନାଗା ମୂର୍ତ୍ତି କରାଯାଇ ପୂଜା କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ