ଓଡିଶା

odisha

By

Published : Mar 8, 2020, 8:52 PM IST

ETV Bharat / state

ପୁରୀ ସି ବିଚ୍‌ରେ ସ୍ୟାଣ୍ଡଆର୍ଟ ପାର୍କ

ବାଲୁକାଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ପୁରୀ ସି ବିଚ୍‌ରେ ପ୍ରତିଷ୍ଠା ହୋଇଛି ସ୍ୟାଣ୍ଡ ଆର୍ଟ ପାର୍କ । ଏହି ପାର୍କରେ ଭଳିକି ଭଳି ବାଲୁକା କଳା ସ୍ଥାନ ପାଇଛି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

unique Sand Art Park on Puri  sea Beach
ପୁରୀ ସି ବିଚ୍‌ରେ ସ୍ୟାଣ୍ଡଆର୍ଟ ପାର୍କ

ପୁରୀ: ଦିନକୁ ଦିନ ସ୍ୟାଣ୍ଡ ଆର୍ଟ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ଅନ୍ୟାନ କଳା ପରି ସ୍ୟାଣ୍ଡ ଆର୍ଟ ପ୍ରତି ଆର୍କଷିତ ହେଉଛନ୍ତି ଲୋକେ । ଆଗକୁ ଧାର୍ମିକ କ୍ଷେତ୍ର ପୁରୀ ହେବ ସ୍ୟାଣ୍ଡ ଆର୍ଟ ହବ୍ । ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ସି ବିଚ୍‌ରେ ଗତ 2016ରେ ପ୍ରତିଷ୍ଠା କରିଛନ୍ତି ସ୍ୟାଣ୍ଡ ଆର୍ଟ ପାର୍କ । ଯାହାକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ ।

ପୁରୀ ସି ବିଚ୍‌ରେ ସ୍ୟାଣ୍ଡଆର୍ଟ ପାର୍କ

ମାନସ ନିଜସ୍ବ ପ୍ରଚେଷ୍ଠାରେ ବେଳାଭୂମିରେ ସେ ତିଆରି କରିଛନ୍ତି ସ୍ୟାଣ୍ଡ ଆର୍ଟ ପାର୍କ । ଭଳିକି ଭଳି ବିରାଟକାୟ ବାଲୁକାକଳା ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବାଲୁକାକଳାକୁ ଯିଏ ଦେଖୁଛି ମାନସଙ୍କ ପ୍ରଶଂସାରେ ଶତମୁଖ ହୋଇଉଠୁଛି । ବାଲୁକାକଳାକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମାନସ ।

ଆକର୍ଷଣୀୟ ବାଲୁକାକଳା ପାଇଁ ଅନ୍ତଜାର୍ତୀୟ ସମ୍ମାନ ସହ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏପରିକି ଜାତୀୟ ଟେଲିଭିଜନରେ ପ୍ରସାରିତ ବହୁ କାର୍ଯ୍ୟକ୍ରମରେ ବାଲୁକାକଳାର ଯାଦୁ ଦେଖାଇ ଦର୍ଶକଙ୍କ ଠୁ ବାଃ ବାଃ ମଧ୍ୟ ସାଉଁଟିଛନ୍ତି । ଖାଲି ସେତିକି ନୁହେଁ ମାନସ ମାଗଣାରେ ପିଲାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି ।

ମାନସ ସାହୁଙ୍କ ପ୍ରୟାସରେ ସରକାର ଯଦି ସହଯୋଗର ହାତ ବଢାନ୍ତି ବିଶ୍ବ ଦରବାରରେ ବେଶ ଲୋକପ୍ରିୟ ହୋଇପାରନ୍ତା ବାଲୁକାକଳା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details