ଓଡିଶା

odisha

ETV Bharat / state

କୋଣାର୍କ ମନ୍ଦିର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ - ପ୍ରହ୍ଲାଦ ସିଂ ପଟେଲଙ୍କ କୋଣାର୍କ ଗସ୍ତ

ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ଏହି ସମୟରେ ମନ୍ଦିରର ସ୍ଥିତିକୁ ଟିକନିକ କରି ଅନୁଧ୍ୟାନ କରିଛନ୍ତି ସେ । ଅଧିକ ପଢନ୍ତୁ...

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jan 24, 2020, 7:40 PM IST

ପୁରୀ: ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଏବଂ ଏଏସ୍ଆଇ ଅଧିକାରୀଙ୍କ ସହ ମିଶି ମନ୍ଦିରର ସ୍ଥିତିକୁ ଟିକନିକ କରି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ଏହା ସହିତ ସେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମନ୍ଦିର ପରିଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରି କହିଛନ୍ତି, 'କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ, ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ର ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ କୋଣାର୍କ ଓ ପୁରୀକୁ ଐତିହ୍ୟ ସ୍ଥାନର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଉଭୟ ସ୍ଥାନର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଉଦ୍ୟମ କରୁଛନ୍ତି ।'

ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନ 11 ଟା ସମୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭରେ ଆୟୋଜିତ ଇକୋ ରିଟ୍ରିଟ ଗ୍ରସ୍ତ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରିବାପରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିଥିଲେ । ଏହା ପରେ ସେ ପୁଣିଥରେ ମେରାଇନ ଡ୍ରାଇଭ ଯାଇ ଇକୋ ରିଟ୍ରିଟ ପରିସରରେ ଆୟୋଜିତ ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details