ପୁରୀ:ପୁରୀ ଗସ୍ତରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ । ପୁରୀରେ ପହଞ୍ଚି ସେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଇତ୍ୟାଦି ପରିଦର୍ଶନ କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ତାଙ୍କୁ ସର୍କିଟ ହାଉସରେ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସେଠାରେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ପୁରୀ ରେଳ ଷ୍ଟେସନକୁ ଆଧୁନିକ ଓ ଶ୍ରୀଜଗନ୍ନାଥ ମହିମାର ରୂପ ଦିଆଯିବା ସହ ବୟନଶିଳ୍ପର ପ୍ରଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସେ ସୂଚନା ଦେଇଥିଲେ । ତେବେ ଏନେଇ ମନ୍ତ୍ରୀ ଜରଦୋଶ ସମସ୍ତ ଯୋଜନା ସାଧାରଣ ଲୋକମାନଙ୍କ ହିତ ସାଧନ ପାଇଁ ହୋଇ ଥିବାରୁ ସଠିକ ହିତାଧିକାରୀ ଏହାର ଯେପରି ସୁଫଳ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ତେବେ ଜିଲ୍ଲାର ୧୧ଟି ବ୍ଲକରେ ବିଭିନ୍ନ ଆବାସ ଯୋଜନାରେ ୪୫୬୬୨ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୧୩୭୮ ପୂରଣ ହୋଇଛି। PMAYG ସ୍ପେଶାଲ ଲକ୍ଷ୍ୟରେ ମୋଟ ୫୫୦୨ ପଞ୍ଜିକୃତ ହୋଇ ଜିଓ ଟ୍ୟାଗ ଆଧାରରେ ମଞ୍ଜୁର ହୋଇଛି । ସେହିପରି PMAYG ୧୮୭୫୧ ମଧ୍ୟରୁ ସମସ୍ତ ପଞ୍ଜିକୃତ ହୋଇ ୧୮୭୦୬ ଜିଓ ଟ୍ୟାଗ ହୋଇଛି । ତେବେ ଜିଲ୍ଲାରେ ମୋଟ ୨୫୯୯ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ସେଥିରେ ୨୫୩୬ ଅଙ୍ଗନବାଡି କର୍ମୀ ଓ ୨୫୨୧ ସହାୟକ ନିଯୁକ୍ତ ଅଛନ୍ତି । ଜାତୀୟ ସାମାଜିକ ସହାୟତା ଯୋଜନାରେ ୮୧୪୭୯ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ମୃତ୍ୟୁ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୧୧୩୫ ବକେୟା ରହିଛି । ଶତକଡା ୯୭ ଭାଗ ଆଧାର ସଂଯୋଗ ଓ ଶତକଡା ୯୮ ଭାଗ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଛି ।