ପୁରୀ: ଶ୍ରୀକ୍ଷେତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ(Union Health Min Mansukh Mandaviya) । ଗତକାଲି(ଶୁକ୍ରବାର) ପୁରୀ ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ସପରିବାର ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ଠାରେ ପହଞ୍ଚିବା ପରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜେପି ନେତା ଓ କର୍ମୀ ମାନେ ତାଙ୍କୁ ପୁଷ୍ପ ଗୁଛ ଓ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଥିବା କଥା କହିଥିଲେ ମନ୍ତ୍ରୀ ।
ଏଥିସହ ମାଆ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ । ଦ୍ବାରିକା ଧାମରୁ ଶ୍ରୀକ୍ଷେତ୍ର ଧାମ ଆସି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେବା ଭାଗ୍ୟରେ ଥିଲେ ମିଳେ ବୋଲି ମନ୍ତ୍ରୀ କହିଥିଲେ । ମହାପ୍ରଭୁ ସାରା ବିଶ୍ୱବାସୀଙ୍କୁ ସୁସ୍ଥ ଓ ନିରାମୟ ରଖିଥାନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ମନ୍ତ୍ରୀ ପ୍ରାର୍ଥନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବର୍ଷ, ବଜେଟ ପ୍ରସ୍ତୁତିରେ ସମନ୍ୱୟକୁ ଗୁରୁତ୍ୱ ଦେଉଛନ୍ତି ସରକାର