ପୁରୀ: ସାହିଯାତ ଯାତ୍ରାରେ ଅନୁଷ୍ଠିତ ହେଲା ଲଙ୍କାପୋଡି ନୀତି । ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ ଯାତ୍ରାରେ ଗତକାଲି(ମଙ୍ଗଳବାର) ରାତିରେ ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡି ନୀତି । ଚୈତ୍ର ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି କରାଯାଇଥିଲା ।
ମହାପ୍ରଭୁଙ୍କ ଆଜ୍ଞାମାଳା ପ୍ରାପ୍ତ ହେବା ପରେ ରାବଣ ଓ ହନୁମାନ ବେଶଧାରୀ ଚରିତ୍ର ବୀରବାଦ୍ୟର ତାଳେ ତାଳେ ନୃତ୍ୟ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଞ୍ଚିଥିଲେ ।