ଓଡିଶା

odisha

ETV Bharat / state

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଶ୍ରୀକ୍ଷେତ୍ର ସାହିଯାତ - କୋଭିଡ କଟକଣା

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ । ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତରେ ସୋମବାର ସୀତା ଚୋରି ପ୍ରସ୍ତାବ କରାଯାଇଥିଲା । ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ମାୟାମୃଗ ଓ ସୀତାଚୋରି ନୀତି କରାଯାଇଥିଲା । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ
କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ

By

Published : Apr 27, 2021, 12:37 PM IST

ପୁରୀ: ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତରେ ସୋମବାର ସୀତା ଚୋରି ପ୍ରସ୍ତାବ କରାଯାଇଥିଲା । ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ମାୟାମୃଗ ଓ ସୀତାଚୋରି ନୀତି କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ରାବଣ ବେଶଧାରୀ ଚରିତ୍ର ଜଗନ୍ନାଥ ବଲ୍ଳବ ମଠକୁ ଯାଇଥିଲା ।

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ

ଅନ୍ୟପଟେ ଶ୍ରୀମନ୍ଦିରରୁ ଆସିଥିବା ମୃଗ ପଟଚିତ୍ର ଜଗନ୍ନାଥବଲ୍ଳବ ମଠରେ ପହଂଚିବା ପରେ ବିରଵାଦ୍ୟର ତାଳେ ତାଳେ ରାବଣ ନୃତ୍ୟ ପରିବେଷଣ କରିଥିଲା । ବିମାନରେ ଯାଇଥିବା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନିକଟରେ ସୀତାଚୋରି ନୀତି କରାଯିବା ପରେ ମହାପ୍ରଭୁଙ୍କ ବିମାନ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ଅନ୍ୟପଟେ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୟଣା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି ।

ଆଜି ସାହିଯାତରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ନୀତି ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁ କୋଭିଡ କଟକଣାରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ ଅନୁଷ୍ଠିତ ହେଉଛି । କେବଳ କଳାକାରଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଦର୍ଶକଙ୍କ ଉପସ୍ଥିତି ନେଇ କଟକଣା କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details