ଓଡିଶା

odisha

ETV Bharat / state

ବ୍ରହ୍ମଗିରିରେ ଫୁଟିଲା ବୋମା, ଦୁଇ ଯୁବକ ଗୁରୁତର - ବ୍ରହ୍ମଗିରି ବୋମାମାଡ

ବ୍ରହ୍ମଗିରିର କଟକପଡା ଗ୍ରାମର ଦୁଇ ଯୁବକଙ୍କ ଉପରକୁ କେହି ଜଣେ ଅଜଣା ଯୁବକ ବୋମା ମାଡ କରିଥିବା ଜଣାପଡିଛି । ଯେଉଁଥିରେ ଦୁଇ ଯୁବକ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଗୁରୁତର ଆହତ ହୋଇଛନ୍ତି ।

brahmagiri bombing
ବୋମା ମାଡରେ ଦୁଇ ଯୁବକ ଗୁରୁତର

By

Published : Aug 29, 2020, 6:50 AM IST

Updated : Aug 29, 2020, 7:57 AM IST

ବ୍ରହ୍ମଗିରି: ବୋମା ମାଡରେ ଦୁଇ ଯୁବକ ଗୁରୁତର । ବ୍ରହ୍ମଗିରିର କଟକପଡା ଗ୍ରାମର ଦୁଇ ଯୁବକଙ୍କ ଉପରକୁ କେହି ଜଣେ ଅଜଣା ଯୁବକ ବୋମା ମାଡ କରିଥିବା ଜଣାପଡିଛି । ଯେଉଁଥିରେ ଦୁଇ ଯୁବକ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଶୌଚ ହୋଇ ଗାଁ ଛକ ନିକଟରେ ଛିଡା ହୋଇଥିଲେ । ସେହି ସମୟରେ ହଠାତ୍ ବୋମାମାଡ ହୋଇଥିଲା । ଯେଉଁଥିରେ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଗୁରୁତର ଆହତ ହୋଇ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ବ୍ରହ୍ମଗିରିରେ ଫୁଟିଲା ବୋମା

ଏପଟେ ବୋମା ମାଡର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ବ୍ରହ୍ମଗିରିରୁ ଦେବାଶିଷ୍ ଦାସ, ଇଟିଭି ଭାରତ

Last Updated : Aug 29, 2020, 7:57 AM IST

ABOUT THE AUTHOR

...view details