ଓଡିଶା

odisha

ETV Bharat / state

ପୁରୀ କୋରୁଅ ହତ୍ୟାକାଣ୍ଡ ମାମଲା: ଦୁଇ ଅଭିଯୁକ୍ତ ଗିରଫ - ପୁରୀ ସଦର ଥାନା

ପୁରୀ ସଦର ଥାନା କୋରୁଅ ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଗିରଫ । ଏଥିରେ ଜଣେ ନାବାଳକ ଥିବା ଜଣାପଡିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

By

Published : Nov 16, 2019, 3:15 PM IST

ପୁରୀ: ହତ୍ୟାକାଣ୍ଡରେ 2 ଅଭିଯୁକ୍ତ ଗିରଫ । ପୁରୀ ସଦର ଥାନା ଅନ୍ତର୍ଗତ କୋରୁଅରେ ଟୁଲୁ ବିଶ୍ବାଳ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣେ ନାବାଳକ ସମେତ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ହତ୍ୟାକାଣ୍ଡର 2 ଅଭିଯୁକ୍ତ ହେଲେ ଦେବାଶିଷ ପରିଡା ,କାହ୍ନୁ ଚରଣ ଭୋଇ । ଏଥିରେ ସମ୍ପୃକ୍ତ ଥିବା ଜଣେ ନାବାଳକ ଅଭିଯୁକ୍ତକୁ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଯାଇଛି। ପୁରୀ ସଦର ଥାନା ଅଞ୍ଚଳର ବାବା ଲୋକନାଥ ଦେବଙ୍କ ଜମିରୁ ବାଲି ଚୋରିକୁ କେନ୍ଦ୍ର କରି ବୁଧବାର ସନ୍ଧ୍ୟାରେ ଟୁଲୁ ବିଶ୍ବାଳକୁ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଛି।

ତେବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ସ୍ବାଇଁ ଏବେବି ଫେରାର ରହିଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details