ପୁରୀ:ଇଟିଭି ଭାରତର ଦୁଇ ପ୍ରତିନିଧିଙ୍କୁ ଓଡ଼ିଶା ମିଡ଼ିଆ ଆୱାର୍ଡ଼ 2022 ସମ୍ମାନ (Odisha Media Award 2022) । କୋଣାର୍କରେ ଓଡ଼ିଶା ମିଡ଼ିଆ ଆୱାର୍ଡ 2022 ଆୟୋଜିତ ହୋଇଯାଇଥିବା ବେଳେ ଓଡ଼ିଶା ମିଡ଼ିଆ ସମିତି ପକ୍ଷରୁ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କାରଯାଇଛି (Two media persons of ETV Bharat felicitated with Odisha Media Award 2022) । ରାୟଗଡ଼ା ଜିଲ୍ଲା ପ୍ରତିନିଧି ରଞ୍ଜନ ରଥ (Rayagada Reporter Ranjan Rath) ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସନ୍ତୋଷ ମହାପାତ୍ର (Keonjhar Reporter Santosh Mahapatra)ଙ୍କୁ ବେଷ୍ଟ କମ୍ୟୁନିଟି ରିପୋର୍ଟର (Best community Reporter) କାଟାଗୋରୀରେ ଓଡ଼ିଶା ମିଡ଼ିଆ ଆୱାର୍ଡ଼ ପ୍ରଦାନ କରାଯାଇଛି । ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳରେ ଥିବା ଅବ୍ୟବସ୍ଥାକୁ ଖବର ମାଧ୍ୟମରେ ଲୋକଲୋଚନକୁ ଆଣିଥିବା ଯୋଗୁଁ ଇଟିଭି ଭାରତର ୨ ପ୍ରତିନିଧିଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି ।
ସାମ୍ନାକୁ ଆଣିଛନ୍ତି ଆଦିବାସୀଙ୍କ ସମସ୍ୟା
ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳରେ ଥିବା ଅବ୍ୟବସ୍ଥାକୁ ଖବର ମାଧ୍ୟମରେ ଲୋକ ଲୋଚନକୁ ଆଣିଥିବା ଯୋଗୁଁ ଇଟିଭି ଭାରତର ୨ ସାମ୍ବାଦିକଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଓଡ଼ିଶା ମିଡିଆ ସମିତି ପକ୍ଷରୁ ଇଟିଭି ଭାରତର ରାୟଗଡ଼ା ଜିଲ୍ଲା ପ୍ରତିନିଧି ରଞ୍ଜନ ରଥ ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସନ୍ତୋଷ ମହାପାତ୍ରଙ୍କୁ ଓଡ଼ିଶା ମିଡ଼ିଆ ଆୱାର୍ଡ 2022 ପ୍ରଦାନ କରାଯାଇଛି । କୋଣାର୍କରେ ଓଡ଼ିଶା ମିଡ଼ିଆ ସମିତି ପକ୍ଷରୁ ଆୟୋଜିତ ହୋଇଥିବା ଓଡ଼ିଶା ମିଡ଼ିଆ ଆୱାର୍ଡ ୨୦୨୨ରେ ୨ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଛି ।
୧୮ ଜଣ ସାମ୍ବାଦିକ ସମ୍ମାନିତ