ଓଡିଶା

odisha

ETV Bharat / state

ଟାଣିନେଲା ସମୁଦ୍ର, ଅଳ୍ପକେ ବର୍ତ୍ତିଗଲେ ଦୁଇ ଯୁବକ

ପୁରୀ ସମୁଦ୍ରରେ ବୁଡି ଯାଇଥିବା 2 ଯୁବକଙ୍କୁ ଉଦ୍ଧାର କଲା ଲାଇଫ ଗାର୍ଡ । ଉକ୍ତ ଯୁବକମାନେ ହେଲେ ଯାଜପୁର ବାଲିଚନ୍ଦ୍ରପୁର ଅଗ୍ନିଶମ ବିଭାଗର ଶିବରାମ ସାହୁ ଓ ହରନାଥ ରାଉତରାୟ ବୋଲି ଆଉଟପୋଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା ପୁରୀ

By

Published : Mar 17, 2019, 9:54 PM IST

ସୂଚନା ଅନୁଯାୟୀ, ରବିବାର ସକାଳ 9ଟା ସମୟରେ ଶିବରାମ ଏବଂ ହରନାଥ ପୁରୀ ବେଳାଭୂମି ନିକଟରେ ଥିବା ବାରିଣୀ ଛକ ପାର୍କିଂ ସମ୍ମୁଖରେ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଲହଡି ମାଡ଼ରେ ଶିବରାମ ସାହୁ(17) ଓ ହରନାଥ ରାଉତରାୟ (18 )ବୁଡି ଯାଉଥିଲେ।

ତେବେ ଖବର ପାଇବା ପରେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଏହାପରେ ଯୁବକଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତେବେ ସମୁଦ୍ରରେ ଗାଧୋଇବା ସମୟରେ ପର୍ଯ୍ୟଟକମାନେ ସତର୍କତା ଅବଲମ୍ବନ କଲେ ଏଭଳି ଦୁର୍ଘଟଣାକୁ ଏଡାଇ ହେବ ବୋଲି ମତ ପ୍ରକାଶ ପାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ନ୍ୟୁଜ୍

For All Latest Updates

ABOUT THE AUTHOR

...view details