ଓଡିଶା

odisha

ETV Bharat / state

ଯାତ୍ରୀବାହୀ ବସକୁ ପିଟିଲା ଟୁରିଷ୍ଟ ବସ, ଡ୍ରାଇଭର ମୃତ - puri news

କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟୁରିଷ୍ଟ ବସ୍ । ଜଣେ ମୃତ । ଅଧିକ ପଢନ୍ତୁ...

_two bus clash in marine drive road
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jan 30, 2020, 6:59 PM IST

ପୁରୀ: କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟୁରିଷ୍ଟ ବସ୍ । ମଧ୍ୟାହ୍ନ ପ୍ରାୟ 12ଟା ସମୟରେ କେନ୍ଦ୍ରାପଡା ପାଟକୁରା ଚିତ୍ରତ୍ତୋଳ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ ବସ୍ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସକୁ ପିଟିଥିଲା । ଫଳରେ ଯାତ୍ରୀବହୀ ବସ୍ ଡ୍ରାଇଭରର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ଯପକ୍ଷେ ଉଭୟ ବସରୁ 12ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ କୋଣାର୍କ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details