ଓଡିଶା

odisha

ETV Bharat / state

ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଦୁଇ ଗିରଫ

ଚୋରି, ମାରପିଟ୍ ଓ ହତ୍ୟା ଧମକ ଅଭିଯୋଗରେ ଦୁଇ ଜଣ ଗିରଫ । ଅଧିକ ପଢନ୍ତୁ...

ଚୋରୀ ଓ ହତ୍ୟା ଧମକ ଅଭିଯୋଗରେ ଦୁଇ ଗିରଫ
ଚୋରୀ ଓ ହତ୍ୟା ଧମକ ଅଭିଯୋଗରେ ଦୁଇ ଗିରଫ

By

Published : Jun 19, 2021, 9:16 AM IST

ପୁରୀ:ଚୋରି, ମାରପିଟ୍ ଓ ହତ୍ୟା ଧମକ ଅଭିଯୋଗରେ ବଳିଆପଣ୍ଡା ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗୌଡ଼ବାଡ଼ ସାହିର ବିକାଶ ଦେବନାଥ ତାଙ୍କ ଦୋକାନ ଭିତରେ ଶୋଇଥିବାବେଳେ ସେହି ଅଞ୍ଚଳର ବାପି ଓରଫ ବାସୁଦେବ ସିଂ ଏବଂ ଭବାନୀ ପ୍ରସାଦ ମିଶ୍ର ଜବରଦସ୍ତ ତାଙ୍କ ଦୋକାନରେ ପ୍ରବେଶ କରି ଚୋରି କରିବାକୁ ଚେଷ୍ଟା କରିଥିଲେ।

ଚୋରୀ ଓ ହତ୍ୟା ଧମକ ଅଭିଯୋଗରେ ଦୁଇ ଗିରଫ

ଏନେଇ ଦେବନାଥ ସେମାନଙ୍କୁ ବିରୋଧ କରିବାରୁ ଦୁଇ ଅଭିଯୁକ୍ତ ଦେବନାଥଙ୍କୁ ଚାପୁଡ଼ା, ବିଧା ମାରିବା ସହ ହତ୍ୟା ଧମକ ଦେଇ ଦୋକାନରୁ 1000ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ 2 ଜଣଙ୍କୁ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details