ପୁରୀ: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 2 ଜଣଙ୍କୁ ଗିରଫ କରିଛି କୋଣାର୍କ ଥାନା ପୋଲିସ । ଏହାସହ ଅଭିଯୁକ୍ତଙ୍କ ଠାରୁ 18 ଗ୍ରାମ ବ୍ରାଉନସୁଗାର ସହ 50 ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପ୍ରଭାତ ସେଠୀ ଓ ଦିଲୀପ କାଣ୍ଡି ।
ବ୍ରାଉନସୁଗାର ବିକ୍ରି ଅଭିଯୋଗ: 2 ଗିରଫ, ନଗଦ ଟଙ୍କା ଜବତ - 2 ଜଣଙ୍କୁ ଗିରଫ କଲା କୋଣାର୍କ ପୋଲିସ
ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 2 ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ଠାରୁ ବ୍ରାଉନସୁଗାର ମଧ୍ୟ ଜବତ କରିଛି କୋଣାର୍କ ଥାନା ପୋଲିସ । ଅଧିକ ପଢନ୍ତୁ ....
ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ 2 ଗିରଫ, ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ
ପୋଲିସର ସୂଚନା ଅନୁଯାୟୀ ଗତ ବୁଧବାର କୋଣାର୍କ ପୋଲିସ ପାଟ୍ରୋଲିଂ କଲା ବେଳେ ଉକ୍ତ ଯୁବକଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା । ପରେ ଉଭୟ ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଦୁଇ ଅଭିଯୁକ୍ତ ବାଲେଶ୍ବର ଓ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ପୁରୀରେ ବିକ୍ରି କରିବା ଯୋଜନାରେ ଥିବା ପୋଲିସ କହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ