ପୁରୀ: ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କର ଅକାଳ ବିୟୋଗରେ ବାଲୁକାକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ମାତ୍ର ୫୮ ବର୍ଷରେ ହୃଦଘାତରେ ବିଶିଷ୍ଟ ବ୍ୟଙ୍ଗ ଚିତ୍ର ଶିଳ୍ପୀ କିଶୋର ରଥଙ୍କ ଦେହାନ୍ତ ହୋଇଛି । ଫଳରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ତେବେ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା କରି କିଶୋରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଲୁକା ଚିତ୍ରକଳାଟି ବେଶ ହୃଦୟସ୍ପର୍ଶୀ ହୋଇଛି। ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ।